ବିରାଟ ଶୋଭାଯାତ୍ରାରେ ଆସିଲେ ବାପପୁଅ, ନାମାଙ୍କନ ନଭରି ଫେରିଗଲେ ଅଙ୍କିତ - Nomination Issue

By ETV Bharat Odisha Team

Published : May 13, 2024, 6:46 PM IST

thumbnail
Nomination Issue (ETV Bharat Odisha)

କଟକ: ବିରାଟ ଶୋଭାଯାତ୍ରାରେ ଆସିଲେ ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ମାତ୍ର ନାମାଙ୍କନ ନଭରି ଫେରିଗଲେ । ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଶୋଭାଯାତ୍ରାରେ ଆସି ନାମାଙ୍କନ ନଭରି ଫେରିଯିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏଭଳି ଘଟଣା ଯାହାକି କେବଳ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଯଦିଓ ଆସନ୍ତାକାଲି ନାମାଙ୍କନ ଦାଖଲ କରିବାର ଶେଷ ଦିନ, ତେବେ କିଏ ନାମାଙ୍କନ ଭରିବ ତାହା ଉପରେ ସମସ୍ତଙ୍କ ନଜର ।
 

ଏହା ବି ପଢନ୍ତୁ...ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଛବି ମଲ୍ଲିକ - Chhabi Mallick Files Nomination

ଆଜି ସକାଳୁ ଉଭୟ ବାପା ପ୍ରତାପ ଜେନା ଏବଂ ପୁଅ ଅଙ୍କିତ ପ୍ରତାପ ଜେନା ନାମାଙ୍କନ ପାଇଁ ଶୋଭାଯାତ୍ରା ଆୟୋଜନ କରିଥିଲେ । ନିଜ ଗାଁ ମନ୍ଦିରରେ ପୂଜା କରିବା ପରେ ସମର୍ଥକଙ୍କ ସହ ବିରାଟ ପଟୁଆରରେ ବାହାରିଥିଲେ । ମାହାଙ୍ଗାରୁ କଟକ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାର ଆୟୋଜନ ମଧ୍ୟ କରାଯାଇଥିଲା । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ମଧ୍ୟ ପ୍ରବେଶ କରିଥିଲେ ଉଭୟ । ମାତ୍ର କୁଆଡୁ ଫୋନ ଆସିଲା ଯେ, ନାମାଙ୍କନ ନଭରି ଫେରିଗଲେ ଉଭୟ । ନାମାଙ୍କନ ଦାଖଲ ପୂର୍ବର ପ୍ରତିକ୍ରିୟା ହସ୍ତଗତ ହୋଇଥିଲେ ବି ପରବର୍ତ୍ତୀ ସମୟରେ କାହିଁକି ନାମାଙ୍କନ ଭରିଲେନି ସେନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମାତ୍ର ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, "ଆଜି ନାମାଙ୍କନ ପାଇଁ ଯେଉଁ ସମୟ ନିର୍ଘଣ୍ଟ କରାଯାଇଥିଲା ସେହି ସମୟରେ ଅଙ୍କିତ ନାମାଙ୍କନ ଭରି ନାହାନ୍ତି।"

ଇଟିଭି ଭାରତ, କଟକ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.