ETV Bharat / politics

ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଛବି ମଲ୍ଲିକ - Chhabi Mallick files Nomination

author img

By ETV Bharat Odisha Team

Published : May 13, 2024, 3:23 PM IST

Niali BJP MLA Candidate files Nomination: ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ନିଆଳି ବିଜେପି ପ୍ରାର୍ଥୀ ଛବି ମଲ୍ଲିକ । ଅଧିକ ପଢନ୍ତୁ

Niali BJP MLA Candidate files Nomination
Niali BJP MLA Candidate files Nomination (ETV Bharat Odisha)

Niali BJP MLA Candidate files Nomination (ETV Bharat Odisha)

ନିଆଳି: ରାଜ୍ୟରେ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଆଜି ପ୍ରଥମ ପର୍ଯ୍ଯାୟ ନିର୍ବାଚନ ଜାରି ରହିଥିବାବେଳେ ଅନ୍ୟପଟେ ଅନ୍ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହାରି ଭିତରେ ବିରାଟ ଶୋଭାଯାତ୍ରାରେ ଆସି ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନିଆଳି ବିଜେପି ପ୍ରାର୍ଥୀ ଛବି ମଲ୍ଲିକ । କଟକ ଜିଲ୍ଲା ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଛକାପଞ୍ଝା ଜାରି ରହିଛି । ତୁହାକୁ ତୁହା କର୍ମୀ ସମ୍ମିଳନୀ, ପ୍ରଚାର ଶୋଭାଯାତ୍ରା ମାଧ୍ୟମରେ ବିଜେପି, କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଭୋଟରମାନଙ୍କ ନିକଟତର ହେଉଛନ୍ତି । ତେବେ ଆଜି ହଜାର ହଜାର ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଛନ୍ତି ଛବି ମଲ୍ଲିକ ।

ରାଜ୍ୟର ୪ ଲୋକସଭା ସଂସଦୀୟ କ୍ଷେତ୍ରରେ ଆଜି (ସୋମବାର) ଭୋଟ ପଡୁଥିବା ବେଳେ ନିଆଳିରେ ବିଜେପି ପ୍ରାର୍ଥୀ ଛବି ମଲ୍ଲିକ ନାମାଙ୍କନ ଭରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଜଲ୍ଲାରପୁରଠାରୁ ବାହାରି ବିଭିନ୍ନ ବଜାର ଦେଇ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, "ବିଜେପି ଓଡ଼ିଶାରେ ବିଜୟୀ ନେଇ ବିଭିନ୍ନ ଫ୍ଯାକ୍ଟର ଅଛି । ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଓଡ଼ିଶା ଏବଂ ଭାରତ ଗଠନ କରିବା ପାଇଁ ଲକ୍ଷ୍ଯ ରଖିଛନ୍ତି । ସବୁ ନିର୍ବାଚନ ମଣ୍ଡଳୀ ମୋଦି ଓ ଗେରୁଆମୟ ହୋଇଛି ।"

ଏହାମଧ୍ୟ ପଢନ୍ତୁ.. ଯାଜପୁରରେ ନାମାଙ୍କନ ଭରିଲେ ବର୍ଷା ପ୍ରିୟଦର୍ଶିନୀଙ୍କ ସମେତ 14 ପ୍ରାର୍ଥୀ - Odisha Assembly Election 2024

ସେ ଆଉ ମଧ୍ୟ କହିଛନ୍ତି, "ଭ୍ରଷ୍ଟ ଦୁର୍ନୀତିଗ୍ରସ୍ତ ଓଡିଶା ସରକାର ୨୫ ବର୍ଷ ଧରି ଶାସନ କରୁଛନ୍ତି । ଖଣିଜ ସମ୍ପଦ ଥିଲେ ମଧ୍ୟ ଓଡିଶା ଲୋକେ ଆଜି ଗରିବ ବିଜେଡି ନେତାମାନେ ଆଜି ଧନୀ । ଯେଉଁମାନେ କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରିଛନ୍ତି ଓ କେନ୍ଦ୍ର ଯୋଜନାକୁ କପି ପେଷ୍ଟ କରି ବିଜେଡି ଯୋଜନା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୋଦି କହିଛନ୍ତି ଓଡ଼ିଶାରେ ବିଜେପି ସରକାର ଗଢିବ । ଧିରେ ଧିରେ ବିଜେପି ବଢୁଛି ବିଜେଡି ଖସୁଛି । ଆଜି ଲୋକମାନେ ପରିବର୍ତ୍ତନ ମୁହାଁ । ନିଆଳିରେ ପରିବର୍ତ୍ତନ ହେବ ।"

ସେହିପରି ନିଆଳି ବିଧାୟକ ଫେଲ ମାରିଛନ୍ତି ବୋଲି କଟକ ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାପତି ମଧୁସ୍ମିତା ମଲ୍ଲିକ କହିଛନ୍ତି । ବିଜେପି ବିଧାୟକ ନିଆଳିରେ ୨୦ ହଜାର ଭୋଟରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମଧୁସ୍ମିତା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.