ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ସୁନିଲ - puri assembly constituency

By ETV Bharat Odisha Team

Published : Apr 29, 2024, 6:04 PM IST

thumbnail

SUNIL FILE NOMINATION: ପୁରୀ ବିଧାନସଭା ଆସନରେ ପାଇଁ ବିଜେଡ଼ିର ପ୍ରାର୍ଥୀ ସୁନିଲ ମହାନ୍ତି କଲେ ନାମାଙ୍କନ ପତ୍ର ଦାଖଲ । ପୁରୀ ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତା ମେ ମାସ 25 ତାରିଖରେ ନିର୍ବାଚନ ହେବ । ସେଥିପାଇଁ ଆଜି ଠାରୁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ପୁରୀ ବିଧାନସଭା ଆସନ ପାଇଁ ବିଜେଡ଼ିର ପ୍ରାର୍ଥୀ ହେଇଥିବା ସୁନିଲ ମହାନ୍ତି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ବଡ ଦାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରା କରି ହଜାର ହଜାର ବିଜେଡ଼ିର କର୍ମୀ ଓ ନେତାଙ୍କ ସହ ଯାଇ ପୁରୀ ଉପଜିଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁନୀଲ । ତେବେ ଚଳିତ ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଓ ପୁରୀବାସୀଙ୍କ ଆଶୀର୍ବାଦରେ ବିପୁଳ ବିଜୟ ହାସଲ କରିବେ ବୋଲି କହିଛନ୍ତି ସୁନୀଲ ।

ଏହା ମଧ୍ୟ ପଢନ୍ତୁ.....୪୦ ବର୍ଷର ସ୍କୁଟର ଚଲାଇ ଆସିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ, ଭରିଲେ ନାମାଙ୍କନ - Ranendra Swain File Nomination


ଇଟିଭି ଭାରତ, ପୁରୀ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.