୪୦ ବର୍ଷର ସ୍କୁଟର ଚଲାଇ ଆସିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ, ଭରିଲେ ନାମାଙ୍କନ - Ranendra Swain File Nomination

By ETV Bharat Odisha Team

Published : Apr 29, 2024, 4:00 PM IST

thumbnail

Athagarh Assembly Constituency କଟକ: ନାମାଙ୍କନ ଭରିଲେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଠଗଡ ବିଧାନସଭା ଆସନ ପାଇଁ ଦଳ ପୁଣିଥରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିଜର ପ୍ରାର୍ଥୀ କରିଛି । ଜନତା ଦଳ ଟିକଟରେ ପ୍ରଥମ ଥର ଲାଗି ଆଠଗଡରୁ ନିର୍ବାଚିତ ହୋଇ ଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇତି ମଧ୍ୟରେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ଆଜି ଅଷ୍ଟମ ଥର ପାଇଁ ନାମାଙ୍କନ ପତ୍ର ଦାଖଲ ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ରଣେନ୍ଦ୍ର । ବିଜେଡି ଲୋକସଭା ପ୍ରାର୍ଥୀ ଡ଼ଃ ସଂତୃପ୍ତ ମିଶ୍ର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ସବୁଠାରୁ ବଡ଼ କଥା ହେଉଛି ରଣେନ୍ଦ୍ର ଆଜି ନିଜର ପୁରୁଣା ସ୍କୁଟର ଧରି ଶୋଭାଯାତ୍ରା କରିଥିଲେ । ନିଜର ପୁରୁଣା ସ୍କୁଟରକୁ ନିଜେ ଚଳାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ରଣେନ୍ଦ୍ର । ଏହି ପୁରୁଣା ସ୍କୁଟରରେ ଅନେକ ସ୍ମୃତି ରହିଥିବା ସେ କହିଛନ୍ତି । ସେ ଲୋକଙ୍କ ସହ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରଣେନ୍ଦ୍ର କହିଛନ୍ତି, "ମୋ ପାଇଁ ବଡ଼ ମୋ ଆଠଗଡ଼ । ମୁଁ ଜଣେ ମାଟିର ମଣିଷ । ଆଠଗଡ଼ବାସୀ ମତେ ମଣିଷ କରିଛନ୍ତି । ଆଠଗଡ଼କୁ ଏକ ନମ୍ବର କରିବା । ଆଠଗଡ଼ବାସୀଙ୍କ ପାଖରେ ମୁଁ ଋଣି । କୋକେଇ ବନ୍ଧା ହେବା ପର୍ଯ୍ୟନ୍ତ ମୁଁ ଆଠଗଡ଼ର ସେବା କରିଚାଲିବି । ସେବା ହିଁ ମୋର ଧର୍ମ ଓ କର୍ମ ।"   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.