ETV Bharat / politics

'ଛୋଟପିଲାଙ୍କୁ ଦଳୀୟ କାର୍ଯ୍ୟରେ ଲଗାଉଛି ବିଜେପି', ସିଇଓଙ୍କ ନିକଟରେ ଫେରାଦ ବିଜେଡି - BJD MEET CEO

author img

By ETV Bharat Odisha Team

Published : Apr 28, 2024, 10:52 PM IST

BJD Team Meet CEO: ଦଳୀୟ କାର୍ଯ୍ୟରେ ବିଜେପି ଛୋଟପିଲାଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଅଧିକ ପଢ଼ନ୍ତୁ

ଛୋଟପିଲାଙ୍କୁ ଦଳୀୟ କାର୍ଯ୍ୟରେ ଲଗାଉଛି ବିଜେପି, ସିଇଓଙ୍କ ଆଗରେ ଫେରାଦ ହେଲା ବିଜେଡି
ଛୋଟପିଲାଙ୍କୁ ଦଳୀୟ କାର୍ଯ୍ୟରେ ଲଗାଉଛି ବିଜେପି, ସିଇଓଙ୍କ ଆଗରେ ଫେରାଦ ହେଲା ବିଜେଡି

ଛୋଟପିଲାଙ୍କୁ ଦଳୀୟ କାର୍ଯ୍ୟରେ ଲଗାଉଛି ବିଜେପି, ସିଇଓଙ୍କ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପାଖରେ ଫେରାଦ ହେଲା ବିଜୁ ଜନତା ଦଳ ଏକ ପ୍ରତିନିଧି ଦଳ । ଚଳିତ ନିର୍ବାଚନକୁ ସ୍ୱସ୍ଥ, ଅବାଧ ନିରପେକ୍ଷ କରିବାରେ ବାଧକ ସାଜୁଛି ଭାରତୀୟ ଜନତା ପାର୍ଟି । ଦଳୀୟ କାର୍ଯ୍ୟରେ ଛୋଟପିଲାଙ୍କୁ ବ୍ୟବହାର କରି ବିଜେପି ବାରମ୍ବାର ଆଦର୍ଶ ଅଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ସିଇଓଙ୍କ ଆଗରେ ଅଭିଯୋଗ ଆଣିଛି ବିଜେଡି ।


ବିଜେପି ଆଦର୍ଶ ଅଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆଣି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ଚଳିତ ନିର୍ବାଚନକୁ ସ୍ୱସ୍ଥ, ଅବାଧ ନିରପେକ୍ଷ କରିବାରେ ବାଧକ ସାଜୁଛି ଭାରତୀୟ ଜନତା ପାର୍ଟି । ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛି ବିଜେପି । ସ୍କୁଲ ପଢ଼ୁଥିବା ଛୋଟ ପିଲାକୁ ବି ଦଳ କାର୍ଯ୍ୟରେ ଲଗାଉଛି ବିଜେପି । ଆଜି ଭୁବନେଶ୍ଵର ପଦ୍ମକେଶରୀ ପୁରରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋଲା ଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି । ଚେୟାର ଫିଲପ କରିବା ପାଇଁ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି । ଯାହା ଆମେ ନିର୍ବାଚନ କମିଶନର ଦୃଷ୍ଟି ଆକର୍ଷଣ କରିଛୁ । ବିଜେପିର ଏହା ଅଭ୍ୟାସ ଗତ । କେଵଳ ଅପରାଜିତା ନୁହଁନ୍ତି ପ୍ରଦୀପ ପାଣିଗ୍ରାହୀ, ବୈଜୟନ୍ତ ପଣ୍ଡା ଓ ଜୟନାରାୟଣ ମିଶ୍ର ବାରମ୍ବାର ଆଚରଣ ବିଧି ଉଲ୍ଲଙ୍ଘନ କରି ଆସିଛନ୍ତି । ଆମେ ଏହି ସମ୍ବେଦନଶୀଳ ଘଟଣା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ୱତନ୍ତ୍ର ଗାଇଡ଼ଲାଇନ ଆଣିବାକୁ ଅନୁରୋଧ କରିଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ; ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - Code Of Conduct Violation

ସୁଲତା ଦେଓ ଏହା ମଧ୍ୟ କହିଛନ୍ତି, "ଆଗରୁ ବହୁବାର ବିଜେଡି ଏହି ପ୍ରସଙ୍ଗରେ ସିଇଓଙ୍କୁ ଅଭିଯୋଗ ଆଣିଥିଲା । ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି ବିଜେପି ନେତା । ସମ୍ବଲପୁର ବିଧାନସଭା ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ୪୫ ଡିଗ୍ରୀ ଖରାରେ ପ୍ରଚାର କାର୍ଯ୍ୟରେ ଛୋଟ ଛୋଟ ଛୁଆଙ୍କୁ ନିୟୋଜିତ କରିଛନ୍ତି । ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଦଳୀୟ ବୈଠକରେ ଛୋଟ ଛୋଟ ଛୁଆଙ୍କୁ ଦେଖିବାକୁ ମିଳିଥିଲା । ଯାହା ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ବୋଲି ବିଜେଡି ଅଭିଯୋଗ କରିଥିଲା । ପୁର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କରୁଥିବା ବିଜେଡି କହିଛି । ଏହା ଦ୍ବାରା ଶିଶୁଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି । ସେମାନେ ଭାବୁଛନ୍ତି କେନ୍ଦ୍ରରେ ସରକାର ଥିବାରୁ ନିର୍ବାଚନ କମିଶନଙ୍କୁ ଆଳ କରି ତାଙ୍କର କେହି କିଛି କରିପାରିବେ ନାହିଁ । ଏଥିରୁ ବିଜେପି ନିବୃତ୍ତ ରହୁ ଏବଂ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ମୁକ୍ତ ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦିଅନ୍ତୁ ।"


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.