ବୌଦ୍ଧରେ ଉଭୟ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା - Nomination process ends in Boudh

By ETV Bharat Odisha Team

Published : May 4, 2024, 7:09 AM IST

thumbnail
ବୌଦ୍ଧରେ ଉଭୟ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା (ETV BHARAT ODISHA)

Nomination process ends in Boudh: ବୌଦ୍ଧ: ସରିଲା ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଜିଲ୍ଲାର ଦୁଇ ବିଧାନସଭା ଆସନ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ସହିତ ସ୍ବାଧୀନ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପରେ ଏନେଇ ଜିଲ୍ଲାପାଳ ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି । ଶୁକ୍ରବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ହଠାତ ବିଜେପି ଦଳର ଏକ ଗୋଷ୍ଠୀ ପକ୍ଷରୁ ସୁଧାଂଶୁ ଡାଙ୍ଗ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।  

ଏହା ବି ପଢନ୍ତୁ- ସମ୍ବଲପୁରରେ ନାମାଙ୍କନ ପର୍ବ; କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାନଙ୍କ ପତ୍ର ଦାଖଲ

ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି । ସ୍ବତନ୍ତ୍ର ସର୍ଭିଲାନ୍ସ ଟିମ୍, ଫ୍ଲାଇଂ ସ୍କ୍ବାର୍ଡ, ସିସିଟିଭି ଭଳି ବ୍ୟବସ୍ଥା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ ବୌଦ୍ଧ ସହରରେ ପୋଲିସ ଓ ବିଏସଏଫ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.