ନେତା ବାଛିବେ ନୂଆ ଭୋଟର, ମନରେ ଉତ୍ସାହ ଓ ଉଦ୍ଦୀପନା - VOTERS MOOD

By ETV Bharat Odisha Team

Published : May 6, 2024, 7:36 PM IST

thumbnail
ନେତା ବାଛିବେ ନୂଆ ଭୋଟର, ମନରେ ଉତ୍ସାହ ଓ ଉଦ୍ଦୀପନା (ETV BHARAT ODISHA)

ବାଲେଶ୍ୱର: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ସବୁ ବର୍ଗର ଭୋଟରମାନେ ବେଶ୍ ଉତ୍ସାହିତ । ନେତାମାନେ ମଧ୍ୟ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରଚାର ଆରମ୍ଭ କରି ସାରିଛନ୍ତି । ଆସନ୍ତା ୭ ତାରିଖରୁ ୧୪ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଥିବାବେଳେ ପ୍ରାର୍ଥୀମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହାରି ଭିତରେ ଚଳିତ ନିର୍ବାଚନରେ ପ୍ରଥମ ଥର କରି ମତ ସାବ୍ୟସ୍ତ କରିବାକୁ ଯାଉଥିବା ନୂଆ ଭୋଟର ମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଏ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ନେଇ ସେମାନଙ୍କ ମନରେ ଯେତିକି ଆଗ୍ରହ ସେତିକି ପ୍ରାର୍ଥୀ ଚୟନକୁ ନେଇ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ପ୍ରାର୍ଥୀଙ୍କ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା ସହ ପ୍ରାର୍ଥୀ ସବୁବେଳେ ସାଧାରଣ ଲୋକଙ୍କ ସୁଖଦୁଃଖରେ ଠିଆ ହେଉଥିବା ଆବଶ୍ୟକ । ଏହାସହ ଜିତି ସାରିବା ପରେ ପ୍ରାର୍ଥୀଙ୍କ ଆଉ ଦେଖା ମିଳୁ ନଥିବା ଅନେକ ସମସ୍ୟାର ସମାଧାନ ହୋଇ ପାରେନାହିଁ । ଏଥିପାଇଁ ଯେଉଁ ପ୍ରାର୍ଥୀ ଲୋକଙ୍କ ସହ ସବୁବେଳେ ରହିବ ସେହି ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବେ ବୋଲି କହିଛନ୍ତି ନୂଆ ଭୋଟର । 

ଏହାସହ ଯୁବ ଗୋଷ୍ଠୀମାନଙ୍କ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ନିର୍ବାଚନ ଆସିଲେ ପ୍ରାର୍ଥୀମାନେ ଭୋଟ ମାଗନ୍ତି ଆଉ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି । ସେମିତି ପ୍ରାର୍ଥୀଙ୍କ ଆବଶ୍ୟକତା ନାହିଁ ବୋଲି କହିବା ସହ ଆଉ କିଛି ନୂଆ ଭୋଟର ଦଳ ଏବଂ ପ୍ରାର୍ଥୀଙ୍କ ଯୋଗ୍ୟତାକୁ ଧ୍ୟାନ ଦେଇ ଏଥର ନିଜର ମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି । ତେବେ ନୂଆ ଭୋଟର ମାନେ ଖୋଜୁଥିବା ପ୍ରାର୍ଥୀ ସେମାନଙ୍କୁ ମିଳିବ ନା ଅନ୍ୟ କୌଣସି ଦିଗକୁ ଲକ୍ଷ୍ୟ କରି ସେମାନେ ଭୋଟ ଦେବେ ତାହା ସେମାନଙ୍କ ଉପରେ ହିଁ ନିର୍ଭର କରୁଛି  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.