ETV Bharat / bharat

ଜାମିନ ଅବଧି ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲଙ୍କ ଆବେଦନ - delhi excise policy

author img

By ETV Bharat Odisha Team

Published : May 27, 2024, 11:12 AM IST

Kejriwal files plea in Supreme Court: ଡାକ୍ତରୀ ପରୀକ୍ଷା ନେଇ ଜାମିନ ଅବଧି 7ଦିନ ବୃଦ୍ଧି କରିବାକୁ ଚାହୁଁଛନ୍ତି କେଜ୍ରିଓ୍ବାଲ । ସୁପ୍ରିମକୋର୍ଟରେ କଲେ ଆବେଦନ । ଅଧିକ ପଢନ୍ତୁ

Delhi CM Kejriwal
Delhi CM Kejriwal (ANI)

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଜାମିନକୁ 7 ଦିନ ବୃଦ୍ଧି କରିବାକୁ ସେ ଆବେଦନ ପତ୍ରରେ ଦର୍ଶାଇଛନ୍ତି । PET-CT ସ୍କାନ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କୁ 7 ଦିନ ସମୟ ମାଗିଛନ୍ତି । ଏନେଇ ଆମ ଆଦମୀ ପାର୍ଟି ତରଫରୁ ସୂଚନା ଦିଆଯାଇଛି । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ 50 ଦିନ ରହିବା ପରେ ମେ 10 ତାରିଖରେ ତାଙ୍କୁ ମୁକ୍ତ କରାଯାଇଥିଲା । 23 ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ ।

ଆପ ଦଳର କହିବା ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ତାଙ୍କର ଓଜନ 7 କିଲୋଗ୍ରାମ ହ୍ରାସ ପାଇଛି ଏବଂ ତାଙ୍କ କିଟୋନ ସ୍ତର ଅଧିକ ରହିଛି । ଯାହା କିଛି ଗୁରୁତର ରୋଗର ସଙ୍କେତ ଦେଇପାରେ। ଡାକ୍ତରମାନେ କେଜ୍ରିଓ୍ବାଲଙ୍କୁ ପୋଜିଟ୍ରନ୍ ଏମିସନ୍ ଟମୋଗ୍ରାଫି ଏବଂ କମ୍ପ୍ୟୁଟେଡ୍ ଟମୋଗ୍ରାଫି (PET-CT) ସ୍କାନ୍ ଏବଂ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁଥିପାଇଁ କେଜ୍ରିୱାଲ ଅନ୍ତରୀଣ ଜାମିନ ବୃଦ୍ଧି କରିବାକୁ ଚାହୁଁଛନ୍ତି।

ଏହା ମଧ୍ୟ ପଢନ୍ତୁ-କେଜ୍ରିୱାଲଙ୍କୁ ବଡ଼ ଆଶ୍ବସ୍ତି: ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ, ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ - INTERIM BAIL TO DELHI CM KEJRIWAL

ଜେଲରୁ ବାହାରିବା ପରେ ଲୋକସଭା ନିର୍ବାଚନକୁ ନେଇ ଦିଲ୍ଲୀରେ ପ୍ରଚାର କରିଥିଲେ କେଜ୍ରିଓ୍ବାଲ । 23 ଦିନିଆ ଅନ୍ତରୀଣ ଜାମିନ ଶେଷ ହେବା ପରେ ଆସନ୍ତା 2 ତାରିଖରେ ଆତ୍ମସମର୍ପଣ ହେବାକୁ ନିର୍ଦ୍ଦେଶ ରହିଛି । ଏହାପ ପୂର୍ବରୁ ସେ ଜାମିନ ଅବଧି ବଢାଇବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି । କେଜ୍ରିଓ୍ବାଲଙ୍କୁ 50 ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା । ଏଥିସହ ଜାମିନ ଅବଧି ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟକୁ ଯିବାକୁ ବାରଣ କରାଯାଇଥିଲା । ଦିଲ୍ଲୀର ଉପରାଜ୍ୟପାଳଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ ବୋଲି ସର୍ତ୍ତ ରହିଥିଲା। ଏଥିସହ ମଦ ଦୁର୍ନୀତି ମାମଲାକୁ ନେଇ କୌଣସି ମତ ନଦେବାକୁ ବାରଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.