ETV Bharat / entertainment

ଆଇପିଏଲ ଚାମ୍ପିଅନ କେକେଆର; ରାସ୍ତାରେ ସେଲିବ୍ରେସନ କଲେ କିଙ୍ଗ ଖାନଙ୍କ ଫ୍ୟାନ୍ସ, ସେଲିବ୍ରିଟି ବି ଜଣାଇଲେ ଶୁଭେଚ୍ଛା - SRK Fans Celebrated KKR Win IPL

author img

By ETV Bharat Odisha Team

Published : May 27, 2024, 11:42 AM IST

ShahRukh Khan Fans Celebrated KKR IPL Trophy Win: ଶାହାରୁଖ ଖାନଙ୍କ ଟିମ ଆଇପିଏଲ ୨୦୨୪ ଟ୍ରଫି ଜିତି ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ସମୟରେ ପୁରା ଟିମ ସହ ଶାହାରୁଖଙ୍କ ପରିବାର ସେଲିବ୍ରେସନ କରୁଥିବା ବେଳେ ତାଙ୍କ ଫ୍ୟାନ୍ସ ମଧ୍ୟ ରାସ୍ତାରେ ଟିମର ବିଜୟକୁ ପାଳନ କରିଛନ୍ତି । ଦେଖନ୍ତୁ ଭିଡିଓ,

ଆଇପିଏଲ ୨୦୨୪ ଟ୍ରଫି ଜିତିଲା କେକେଆର, ରାସ୍ତାରେ ସେଲିବ୍ରେସନ କଲେ କିଙ୍ଗ ଖାନଙ୍କ ଫ୍ୟାନ୍ସ
ଆଇପିଏଲ ୨୦୨୪ ଟ୍ରଫି ଜିତିଲା କେକେଆର, ରାସ୍ତାରେ ସେଲିବ୍ରେସନ କଲେ କିଙ୍ଗ ଖାନଙ୍କ ଫ୍ୟାନ୍ସ (IANS)

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ରେ ବଲିଉଡ ତାରକା ଶାହାରୁଖ ଖାନଙ୍କ ଆଇପିଏଲ୍ ଟିମ କୋଲକାତା ନାଇଟ୍ ରାଇଡର୍ସ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଟ୍ରଫି ନିଜ ନାଁରେ କରିଛି । କେବଳ ଏତିକି ନୁହେଁ ଶାହାରୁଖ ଖାନଙ୍କ କେକେଆର ସର୍ବାଧିକ ଆଇପିଏଲ୍ ଟ୍ରଫି ଜିତିବାରେ ତୃତୀୟ ଟିମ ହୋଇପାରିଛି । ଦୀର୍ଘ ୧୦ ବର୍ଷ ପରେ କେକେଆର ଟିମ ଏହି ଟ୍ରଫି ହାତେଇଥିବା ବେଳେ ଚଳିତ ଥର ପରିବେଶ ଭିନ୍ନ ହୋଇଛି । ଶାହାରୁଖ ଖାନଙ୍କ ପ୍ରଶଂସକମାନେ ରାସ୍ତାରେ ନିଜ ପ୍ରିୟ ତାରକାଙ୍କ ଟାଇଟଲ ବିଜୟକୁ ସେଲିବ୍ରେସନ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ କରଣ ଜୋହର, ଅନନ୍ୟା ପାଣ୍ଡେ, ପ୍ରୀତି ଜିଣ୍ଟା, ଜୁହି ଚାୱଲା ସମେତ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଶାହାରୁଖ ଏବଂ କେକେଆର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

କେକେଆର ବିଜୟରେ ଝୁମିଲେ ଫ୍ୟାନ୍ସ

ଶାହାରୁଖ ଖାନଙ୍କ ପ୍ରଶଂସକମାନେ କୋଲକାତାରେ କେକେଆରର ବିଜୟ ରାସ୍ତାରେ ସେଲିବ୍ରେସନ କରିଥିବା ଦେଖିବାକୁ ମିଳିଛି । ଚେନ୍ନାଇର ରାସ୍ତାରେ ଫ୍ୟାନ୍ସ ଏହି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ଫ୍ୟାନ୍ସ ଜୋରଦାର ସେଲିବ୍ରେସନ ସହ ନାଚୁଥିବାର ନଜର ଆସିଛନ୍ତି । ଆଉ କିଛି ଲୋକ ରାସ୍ତାରେ ବାଣ ଫୁଟାଇ ମଧ୍ୟ ଏହାକୁ ସେଲିବ୍ରେସନ କରିଛନ୍ତି ।

୧୦ବର୍ଷ ପରେ ଆଇପିଏଲ ଟ୍ରଫି ହାତେଇଲା କେକେଆର

ସୂଚନା ଥାଉ କି, ଚଳିତ ବର୍ଷ ଆଇପିଏଲ ଟ୍ରଫି ହାସଲ କରି କୋଲକାତା ଆଇପିଏଲ୍‌ ଇତିହାସରେ ୩ୟ ଟାଇଟଲ୍‌ ହାସଲ କରିଛି । ଏହା ପୂର୍ବରୁ ୨୦୧୨ ଓ ୨୦୧୪ ମସିହାରେ ଖେଳାଯାଇଥିବା ଆଇପିଏଲ୍‌ ସଂସ୍କରଣର ଚମ୍ପିଆନ ବନିଥିଲା କୋଲକାତା ନାଇଟ୍‌ ରାଇଡର୍ସ । ଦୀର୍ଘ ୧୦ ବର୍ଷ ପରେ ଆଇପିଏଲ୍‌ ୨୦୨୪ ଟାଇଟଲ୍‌ ସହ ପୁଣି ତୃତୀୟ ଟ୍ରଫି ହାସଲ କରିଛି ନାଇଟ୍‌ ରାଇଡର୍ସ ।

କେକେଆରକୁ ମିଳିଲା ଏତିକି ପୁରସ୍କାର ରାଶି

ଚଳିତ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ (SRH)କୁ ୮ ୱିକେଟରେ ହରାଇ ବିଜୟ ହାସଲ କରିଛି କେକେଆର । ସଫଳତା ପରେ ଦୁଇ ଦଳଙ୍କୁ କୋଟି କୋଟି ଟଙ୍କା ପୁରସ୍କାର ମିଳିଛି । ଚେପକରେ ଚବିସିର ଚମ୍ପିଆନ ହୋଇଥିବା କେକେଆର୍ ଦଳକୁ ୨୦କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏଥିସହ ରନର୍ ଅପ୍ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ୧୨.୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: KKR ଚାମ୍ପିଅନ୍; କିଙ୍ଗ ଖାନଙ୍କ ପରିବାରର ସେଲିବ୍ରେସନ୍, ୧୦ବର୍ଷ ପରେ ଟ୍ରଫି ସହ ପୋଜ୍ ରିକ୍ରିଏଟ୍ କଲେ ପତ୍ନୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.