ETV Bharat / sports

ଆଇପିଏଲ୍ ପରେ ବିସିସିଆଇ ଭଣ୍ଡାର ଖୋଲିଦେଲେ ଜୟ ଶାହ, ଏମାନେ ହେବେ ଲକ୍ଷପତି - IPL 2024

author img

By ETV Bharat Odisha Team

Published : May 27, 2024, 12:34 PM IST

IPL 2024: ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ସଫଳତାରେ ସହ ଶେଷ ହୋଇଛି । ଉତ୍ସର୍ଗୀକୃତ ସେବା ଏବଂ ପରିଶ୍ରମ ପାଇଁ ଗ୍ରାଉଣ୍ଡ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା । ଅଧିକ ପଢନ୍ତୁ

IPL 2024
IPL 2024 (ETV BHARAT ODISHA)

ନୂଆଦିଲ୍ଲୀ: ଶେଷ ହୋଇଛି ଆଇପିଏଲ ସିଜିନ 17 । ଫାଇନାଲରେ ବାଜି ମାରିଛି କେଲକାତା ନାଇଟ ରାଇଡର୍ସ । ଫାଇନାଲ ମ୍ୟାଚ ପରେ ବିଜୟୀ ଓ ରନର ଅଫ ଟିମ ସହ ଅନେକ ଖେଳାଳିଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି । ଏହି ସଂସ୍କରଣକୁ ସଫଳତାର ସହ ସମାପନ କରିବାରେ ପ୍ରତ୍ୟେକ ଭେନ୍ୟୁର କ୍ୟୁରେଟର ଓ ଗ୍ରାଉଣ୍ଡ ଷ୍ଟାଫଙ୍କର ଭୂମିକା ରହିଥିଲା । ତେଣୁ ଗ୍ରାଉଣ୍ଡ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି । 10ଟି ରେଗୁଲାର ଭେନ୍ୟୁର ଗ୍ରାଉଣ୍ଡମ୍ୟାନ୍ ଏବଂ କ୍ୟୁରେଟର ମାନଙ୍କୁ 25 ଲକ୍ଷ ଲେଖାଏଁ ପ୍ରଦାନ କରାଯିବ । ସେହିପରି 3 ଟି ଅତିରିକ୍ତ ଭେନ୍ୟୁର ଗ୍ରାଉଣ୍ଡମ୍ୟାନ୍ ଏବଂ କ୍ୟୁରେଟରଙ୍କୁ 10 ଲକ୍ଷ ଲେଖାଏଁ ପ୍ରଦାନ କରାଯିବ । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିରଳ ସଂଯୋଗ ! ଅଷ୍ଟ୍ରେଲିଆ କ୍ୟାପଟେନ୍ ICC ଫାଇନାଲରେ ଜିତିଲେ, IPL-WPLରେ ହାରିଲେ - IPL WPL finals similarities

ସେ ଟ୍ବିଟରରେ ଲେଖିଛନ୍ତି ଯେ, ଆମର ସଫଳ ଆଇପିଏଲ ମ୍ୟାଚର ପ୍ରକୃତ ହିରୋ ହେଉଛନ୍ତି ଗ୍ରାଉଣ୍ଡ ଷ୍ଟାଫ । ଯେଉଁ ମାନେ ଅକ୍ଲାନ୍ତ ପରିଶ୍ରମ କରି ଖରାପ ପାଣିପାଗ ସମୟରେ ମଧ୍ୟ ପିଚକୁ ଖେଳ ପାଇଁ ପ୍ରସ୍ତୁତ କରିଥିଲେ । ଏଥି ପାଇଁ ସେମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ । 10 ଟି ନିୟମିତ ଆଇପିଏଲ୍ ଭେନ୍ୟୁର ପ୍ରତ୍ୟେକ ଗ୍ରାଉଣ୍ଡମ୍ୟାନ୍ ଏବଂ କ୍ୟୁରେଟରଙ୍କୁ 25 ଲକ୍ଷ ଲେଖାଏଁ ଏବଂ 3 ଟି ଅତିରିକ୍ତ ଭେନ୍ୟୁରେ କାମ କରିଥିଲା ଗ୍ରାଉଣ୍ଡ ଷ୍ଟାଫଙ୍କୁ 10 ଲକ୍ଷ ଲେଖାଏଁ ଦିଆଯିବ । ଆପଣଙ୍କ ଉତ୍ସର୍ଗୀକୃତ ସେବା ଏବଂ ପରିଶ୍ରମ ପାଇଁ ଧନ୍ୟବାଦ ।

ଏହା ମଧ୍ୟ ପଢନ୍ତୁ-IPL 2024: ବିଜେତା ଦଳ ଉପରେ ଟଙ୍କା ବର୍ଷା, ଲକ୍ଷପତି ହେଲେ ଏହି ଖେଳାଳି - IPL 2024

ଚଳିତ ଆଇପିଏଲରେ ବର୍ଷା ଯୋଗୁଁ କିଛି ମ୍ୟାଚ ବାତିଲ ମଧ୍ୟ ହୋଇଛି । ଆଉ କିଛି ମ୍ୟାଚ ବର୍ଷା ପରେ ମଧ୍ୟ ଆରମ୍ଭ ହୋଇଥିଲା । ପିଚକୁ ମ୍ୟାଚ ପାଇଁ ପ୍ରସ୍ତୁତ କରିବାରେ ଭେନ୍ୟୁର କ୍ୟୁରେଟର ଓ ଗ୍ରାଉଣ୍ଡ ଷ୍ଟାଫଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା । ତେଣୁ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଚଳିତ ଆଇପିଏଲ ସଂସ୍କରଣର ବିଜେତା କେକେଆର୍ 20 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ରନର୍ ଅପ୍ ଦଳ ସନରାଇଜର୍ସ ହାଇଦ୍ରାବାଦକୁ 12.5 କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.