ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

By ETV Bharat Odisha Team

Published : Mar 17, 2024, 7:04 PM IST

thumbnail

Keonjhar District Administration Election Preparation: କେନ୍ଦୁଝର: ଆଦର୍ଶ ଆଚରଣ ସଂହିତା ଲାଗୁ ହେବାପରେ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବିଶାଲ ସିଂହ ସୂଚନା ଦେଇଛନ୍ତି । କେନ୍ଦୁଝରରେ ୨୯ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୬ ମେ' ପର୍ଯ୍ୟନ୍ତ ପାର୍ଥିପତ୍ର ଦାଖଲ କରାଯିବ । ଜିଲ୍ଲାରେ ୨୫ ମେ'ରେ ମତଦାନ ହେବାକୁ ଥିବାବେଳେ ୪ ଜୁନରେ ମତ ଗଣନା ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ପ୍ରସ୍ତୁତି, ହଟାଯାଉଛି ସରକାରୀ ବିଜ୍ଞାପନ

ଚଳିତ ବର୍ଷ ଜିଲ୍ଲାରେ ୧୩,୭୧,୬୬୧ ମୋଟ ଭୋଟର ମତ ସାବ୍ୟସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ଭୋଟରଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହିଳା, ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ପୋଲିଂ ଷ୍ଟେସନର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ୧୭୨୦ଟି ପୋଲିଂ ଷ୍ଟେସନ ଥିବାବେଳେ ୧୨,୩୮୪ ଜଣ ପୋଲିଂ ଅଧିକାରୀ ନିଯୁକ୍ତ କରାଯାଇଛି । ଜିଲ୍ଲାରେ ତିନୋଟି ସ୍ଥାନରେ ୨୯ଟି ଷ୍ଟ୍ରଙ୍ଗ ରୁମ କରାଯାଇଛି । ଜିଲ୍ଲାରେ ୧୪୫୨ଟି ପୋଲିଂ ସ୍ଥାନରେ ୭୦,୪୯୦ ଜଣ ଲୋକଙ୍କ ମକ୍‌ ପୋଲ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ୧୭୨୦ଟି ପୋଲିଂ ଷ୍ଟେସନରେ ସମସ୍ତ ପ୍ରକାରର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ସେହିଭଳି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲ, ଜିଲ୍ଲା ନିର୍ବାଚନ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.