ETV Bharat / state

ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ପ୍ରସ୍ତୁତି, ହଟାଯାଉଛି ସରକାରୀ ବିଜ୍ଞାପନ

author img

By ETV Bharat Odisha Team

Published : Mar 17, 2024, 5:57 PM IST

ନିର୍ବାଚନ ପ୍ରସ୍ତୁତି
ନିର୍ବାଚନ ପ୍ରସ୍ତୁତି

Election Preparation in Boudh: ଶନିବାର ଆଚରଣ ବିଧି ଲାଗୁ ହେବା ପରେ ପ୍ରସ୍ତୁତି ଆରମ୍ଭ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ । ଆଜି ବୌଦ୍ଧ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ,

ନିର୍ବାଚନ ପ୍ରସ୍ତୁତି

ବୌଦ୍ଧ: ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏନେଇ ଆଜି ବୌଦ୍ଧ ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ପୂର୍ବରୁ ଜିଲ୍ଲାର ନିର୍ବାଚନ ମଣ୍ଡଳୀରେ ହୋଇଥିବା ପ୍ରସ୍ତୃତି ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ସମୁଦାୟ ୪୧୧ ଗୋଟି ମତଦାନ କେନ୍ଦ୍ର ରହିଛି । ଯେଉଁଥିରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ ଗୋଟି ମତଦାନ କେନ୍ଦ୍ର ରହିଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୯୪ଟି ମତଦାନ କେନ୍ଦ୍ର ରହିଛି । ଏହାଛଡା ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ୪୧୧ ଜଣ ପ୍ରିଜାଇଡିଙ୍ଗ ଅଫିସର, ୫୯ ଜଣ ସେକ୍ଓଟର ଅଫିସର ଓ ୨୦୫୫ ଜଣ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରଯାଇଥିବା ସୂଚନା ମିଳିଛି । ଆସନ୍ତା ମେ’ ୨୦ରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବା ବେଳେ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନେଇ ଆଜି ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ନିର୍ବାଚନ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ପ୍ରଶାସନ, MCC ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଗତକାଲି ଆଚରଣ ବିଧି ଲାଗୁ ହେବା ପରେ ପ୍ରସ୍ତୁତ ହୋଇପଡ଼ିଛି ବୌଦ୍ଧ ଜିଲ୍ଲା ପ୍ରଶାସନ। ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ବିଜ୍ଞାପନର ହୋର୍ଡିଂକୁ ନିୟମ ପ୍ରକାରେ ହଟାଇବା ତଥା କଭର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ କରାଯାଇଛି ।

ଶାନ୍ତି ଶୃଙ୍ଖଳାର ସହିତ ଅବାଧ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ତେବେ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ଗତକାଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ଲୋକସଭା ପାଇଁ ୨୧ ଜଣ ରିଟର୍ଣ୍ଣିଂ ଅଫିସର, ବିଧାନସଭା ପାଇଁ ୧୩୧ ଜଣ ରିଟର୍ଣ୍ଣିଂ ଅଫିସର ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିଯୁକ୍ତ ଏବଂ ତାଲିମ ଦିଆଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାତୀ ନିକୁଞ୍ଜ ବିହାରୀ ଧଳ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.