ETV Bharat / state

ନିର୍ବାଚନ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ପ୍ରଶାସନ, MCC ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

author img

By ETV Bharat Odisha Team

Published : Mar 17, 2024, 3:55 PM IST

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ

Election Preparation in Jharsuguda: ସାଧାରଣ ନିର୍ବାଚନ ପାଇଁ ଶନିବାର ବାଜିଛି ବିଗୁଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ । ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଓ ଏସ୍‌ପି । ଅଧିକ ପଢ଼ନ୍ତୁ

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ

ଝାରସୁଗୁଡ଼ା: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ । ଏନେଇ ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେ ଓ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମଦାସ । ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ କିପରି ପ୍ରସ୍ତୁତି କରିଛି, ସେ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।

ଜିଲ୍ଲାରେ ବ୍ରଜରାଜନଗର ଏବଂ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଏପ୍ରିଲ ୨୬ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୋମିନେସନ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ମେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୬ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ । ପ୍ରତ୍ୟାହାର ପରେ ବ୍ରଜରାଜନଗର ଏବଂ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ତାଲିକା ଆସିବ । ଏହାପରେ ରାଜନୈତିକ ଦଳଗୁଡ଼ିକ ପ୍ରଚାର ଆରମ୍ଭ କରିବେ । ମେ ୨୦ ତାରିଖରେ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ ଏବଂ ୧୯ ତାରିଖରେ ପୋଲିଂ ଅଧିକାରୀମାନେ ନିଜ ନିଜ ବୁଥକୁ ପହଞ୍ଚିବେ । ଆସନ୍ତା ୪ ଜୁନରେ ଝାରସୁଗୁଡା ଇଞ୍ଜିନିୟର କଲେଜରେ ଗଣତି କରାଯିବ । ଝାରସୁଗୁଡା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ୫୧୫ଟି ବୁଥ ରହିଛି । ଯେଉଁଥିରେ ୨୫୮ଟି ବୁଥ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ ୨୫୭ଟି ବୁଥ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ..... ରାଜ୍ୟରେ ୬୦ ପ୍ରତିଶତ ବୁଥରେ ହେବ ୱେବ୍‌କାଷ୍ଟ, ୨୦ ପ୍ରତିଶତ ରହିବ ମଡେଲ ବୁଥ

ଚଳିତ ନିର୍ବାଚନରେ ଝାରସୁଗୁଡା ଜିଲ୍ଲାରେ ୮୦ଟି ସଖୀ ବୁଥ କରାଯାଇଛି । ଯେଉଁଥିରେ ୪୦ଟି ବ୍ରଜରାଜନଗରରେ ଓ ୪୦ଟି ସଖୀ ବୁଥ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ କରାଯିବ । ସେହିଭଳି ଜିଲ୍ଲାରେ ୧୦ଟି ଯୁବ ବୁଥ କରାଯିବ । ଯାହାର ପୋଲିଂ ଅଧିକାରୀ ସମସ୍ତେ ୩୦ ବର୍ଷ ବୟସରୁ କମ ବର୍ଷର ରହିବେ । ଯାହାକି ବ୍ରଜରାଜନଗରରେ ୫ଟି ବୁଥ ଓ ଝାରସୁଗୁଡାରେ ୫ଟି ବୁଥ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଅବାଧ, ନିରପେକ୍ଷ ନିର୍ବାଚନ କରିବା ପାଇଁ ମଧ୍ୟ ଝାରସୁଗୁଡା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି । କୌଣସି ପ୍ରକାରର MCCର ଉଲ୍ଲଂଘନ କରିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.