ରୋମଞ୍ଚକର ମୋଡ଼ରେ ଆଇପିଏଲ୍‌, କ୍ବାଲିଫାୟରକୁ କିଏ ପାଇବ ଟିକେଟ ? - IPL 2024

By ETV Bharat Odisha Team

Published : May 12, 2024, 4:14 PM IST

thumbnail
Biplab Samantaray on IPL 2024 (ETV Bharat Odisha)

Biplab Samantaray on IPL 2024: କଟକ: ରୋମାଞ୍ଚକର ସ୍ଥିତିରେ ଆଇପିଏଲ୍‌ ୨୦୨୪ । କ୍ବାଲିଫାୟର ପାଇଁ ଜୋରଦାର ହେଉଛି ଲଢେଇ । ପ୍ଲେ ଅଫ୍‌ ଖେଳିବା ପାଇଁ କୋଲକାତା ନାଇଟ୍‌ ରାଇଡର୍ସ ଯୋଗ୍ୟତା ଅର୍ଜନ କରିସାରିଥିବାବେଳେ ରାଜସ୍ଥାନ ମଧ୍ୟ ଏକପ୍ରକାର ସୁରକ୍ଷିତ । ଆଉ ଦୁଇଟି ସ୍ଥାନ ପାଇଁ ୪ଟି ଦଳ କରୁଛନ୍ତି ଜୋରଦାର କସରତ । ଆଜି ସନ୍‌ ଡେ' ଡବଲ ଧମାକାରେ ଦୁଇଟି ହାଇ ଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ । ପ୍ରଥମେ ଚେନ୍ନାଇ ବନାମ ରାଜସ୍ଥାନ ଓ ସନ୍ଧ୍ୟାରେ ବେଙ୍ଗାଲୁରୁକୁ ଭେଟିବ ଦିଲ୍ଲୀ ।

ତେବେ ଏହି ଦୁଇଟି ମ୍ୟାଚ୍‌ ଆଜି ବେଶ ଚିତାକର୍ଷକ ରହିବ । କାରଣ ବର୍ତ୍ତମାନ ଦିଲ୍ଲୀ, ଆର୍‌ସିବି ଓ ଚେନ୍ନାଇ ପ୍ଲେ ଅଫ୍‌ରେ ଜୀବିତ ରହିବା ପାଇଁ ଲଢେଇ ଜାରି ରଖିଛନ୍ତି । ଯଦି ପଏଣ୍ଟ୍‌ ଟେବୁଲ ଉପରେ ନଜର ପକାଇବା, ତେବେ ଚେନ୍ନାଇ ପଏଣ୍ଟ୍‌ ଟେବୁଲ୍‌ର ଚତୁର୍ଥ ସ୍ଥାନରେ ରହିଛି । ଏହାପରେ ଦିଲ୍ଲୀ, ଏଲ୍‌ଏସ୍‌ଜି ଓ ବେଙ୍ଗାଲୁରୁ ରହିଛନ୍ତି । ଶେଷ ୪ଟି ମ୍ୟାଚ୍‌ ଜିତି ମନୋବଳ ଦୃଢ଼ ରଖିଛି ଆର୍‌ସିବି । ଅନ୍ୟପଟେ ଚେନ୍ନାଇ ଓ ଲକ୍ଷ୍ନୌ ଗତ ମ୍ୟାଚ୍‌ରେ ପରାଜିତ ହୋଇ ଆଗମୀ ମ୍ୟାଚ୍‌କୁ ଜିତିବା ଲକ୍ଷ୍ୟରେ ରହିଛନ୍ତି । ତେବେ ଏହି ଚିତାକର୍ଷକ ଲଢେଇକୁ ନେଇ ଅଧିକ ସମୀକ୍ଷା କରିଛନ୍ତି ଓସିଏ କ୍ରିକେଟର ବୀପ୍ଳବ ସାମନ୍ତରାୟ..  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.