ଜମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ, ମଜା ନେଲେ ପର୍ଯ୍ୟଟକ

By ETV Bharat Odisha Team

Published : Jan 29, 2024, 5:27 PM IST

thumbnail

Heavy Snowfall: ଶ୍ରୀନଗର: ଜମ୍ମୁକାଶ୍ମୀରରେ ଜାରି ରହିଛି ତୁଷାରପାତ । ଆସନ୍ତାକାଲିଠାରୁ ଫେବ୍ରୁଆରୀ ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ହେବାର ଆକଳନ କରିଛି ଆଇଏମଡି । ସେପଟେ ପ୍ରବଳ ଥଣ୍ଡା ସାଙ୍ଗକୁ ଆକାଶ ମଧ୍ୟ ମେଘାଚ୍ଛନ ରହିଛି । ସ୍ଥାନେ ସ୍ଥାନେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଜମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ 0 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। 

ଏହା ମଧ୍ୟ ପଢନ୍ତୁ...ଧଳା ଚାଦରରେ ଆଚ୍ଛାଦିତ ଗୁଲମର୍ଗ, ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ

ମୁଖ୍ୟତଃ ଏହି ସମୟରେ ଜମ୍ମୁକାଶ୍ମୀରଙ୍କୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ତୁଷାରପାତ ଜାରି ରହିଥିବାରୁ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ। ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ସମେତ ଅଞ୍ଚଳବାସୀଙ୍କ ଭିଡ଼ ଜମୁଛି । ତେବେ ଆହୁରି ୩ ତିନି ଦିନ ପର୍ଯ୍ୟନ୍ତ ଏଭଳି ତୁଷାରପାତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।                         

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.