ଧଳା ଚାଦରରେ ଆଚ୍ଛାଦିତ ଗୁଲମର୍ଗ, ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ

By ETV Bharat Odisha Team

Published : Dec 17, 2023, 8:06 PM IST

thumbnail

ଶ୍ରୀନଗର: ଜମ୍ମୁ କାଶ୍ମୀରର ଗୁଲମର୍ଗରେ ଶନିବାର ଠାରୁ ପ୍ରବଳ ତୁଷାରପାତ ଆରମ୍ଭ ହୋଇଛି । ଫଳରେ ଧଳା ଚାଦର ମଧ୍ୟରେ ଆଚ୍ଛାଦିତ ପୁରା ଅଞ୍ଚଳ । ତୁଷାରପାତ ପରେ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ହ୍ରାସ ପାଇଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି । ପର୍ଯ୍ୟଟକ ଟିଏ ସ୍ନୋ ଫଲ୍‌ର ମଜା ନେବା ପାଇଁ ଭୂସ୍ବର୍ଗକୁ ଯାତ୍ରା କରିଥାଏ । ଆଉ ଯେତେବେଳେ ଭଗବାନ ତାର ଡାକ ଶୁଣି ତୁଷାରପାତ କରନ୍ତି, ସେତେବେଳେ ପର୍ଯ୍ୟଟକଙ୍କ ଖୁସିର ସୀମା ନଥାଏ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଛି ପର୍ଯ୍ୟଟକ ନିଜର ଖୁସି ଜାହିର କରିଛନ୍ତି । ତୁଷାରପାତ ପରେ ସେ ବେଶ ଖୁସିଥିବା କହିଥିବା ବେଳେ ଅନ୍ୟ ଦେଶବାସୀଙ୍କୁ ଏଠାକୁ ଆସି ଭ୍ରମଣ କରିବାକୁ ଉପଦେଶ ମଧ୍ୟ ଦେଇଛନ୍ତି । ତୁଷାରପାତ ପରେ ବରଫରେ ଆଚ୍ଛାଦିତ ଅଞ୍ଚଳରେ ପର୍ଯ୍ୟଟକମାନେ ଅପୂର୍ବ ପ୍ରକୃତିର ମନଲୋଭା ଦୃଶ୍ୟକୁ ଉପଭୋଗ କରିଥିବା ଦେଖିବାକୁ ମିଳିଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.