କାଶ୍ମୀରରେ ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ, ଦେଖନ୍ତୁ ଭିଡିଓ

By ETV Bharat Odisha Team

Published : Nov 30, 2023, 10:10 PM IST

thumbnail

ଶ୍ରୀନଗର: କାଶ୍ମୀରର ବିଭିନ୍ନ ସ୍ଥାନରେ ଆଜି ତୁଷାରପାତ ହୋଇଛି । ବାରମୁଲ୍ଲା, ଜମ୍ମୁ ଓ କାଶ୍ମୀର, ଗୁଲମର୍ଗରେ ଆଜି ତୁଷାରପାତ ହୋଇଛି । ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଏହାର ମଜା ନେଇଛନ୍ତି । ବିଭିନ୍ନ ଅଞ୍ଚଳରେ ପର୍ଯ୍ୟଟକମାନେ ବାହାରେ ଶୀତବସ୍ତ୍ର ପିନ୍ଧି ବୁଲିବା ସହ ତୁଷାରପାତର ଅନୁଭବ ନେଇଛନ୍ତି । ଏହା ସହ ଗୁଲମର୍ଗ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପୁରା ପରିବେଶ ଧଳା ଚାଦରରେ ଆଚ୍ଛାଦିତ ହେବା ପରି ଦୃଶ୍ୟମାନ ହେଇଛି । ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଶୀତ ଋତୁରେ ତୁଷାରପାତ ଅନୁଭବ ନେବାକୁ କାଶ୍ମୀର ଯାଇଥାନ୍ତି । ମାତ୍ରାଧିକ ତୁଷାରପାତ କାରଣରୁ ବେଳେ ବେଳେ ଲୋ ଭିଜିବିଲିଟି ସମସ୍ୟା ଦେଖିବାକୁ ମିଳେ । ଯାତାୟତ ମଧ୍ୟ ସାମୟିକ ବାଧାପ୍ରାପ୍ତ ହୋଇଥାଏ । ହେଲେ ବର୍ଷରେ କେବଳ ଶୀତଋତୁରେ ତୁଷାରପାତ ନେବା ପାଇଁ ଦେଶ ଓ ବିଦେଶରୁ ପର୍ଯ୍ୟଟକ କାଶ୍ମୀର ଆସିଥାନ୍ତି । ତୁଷାରପାତରେ କିପରି ଦେଖାଯାଉଛି କାଶ୍ମୀର ଦେଖନ୍ତୁ ଭିଡିଓ 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.