ଡିଜିଟାଲ ଡାଏଲଗ: 2024 ନିର୍ବାଚନରେ ଗମାଙ୍ଗ ପରିବାରକୁ ମିଳିବ 2ଟି ଟିକେଟ !

By ETV Bharat Odisha Team

Published : Jan 20, 2024, 4:47 PM IST

Updated : Jan 20, 2024, 5:00 PM IST

thumbnail

Etv Bharat interview with Sisir Gamang: ଭୁବନେଶ୍ବର: ଆସନ୍ତା 2024 ନିର୍ବାଚନରେ ଗମାଙ୍ଗ ପରିବାରକୁ ଦୁଇଟି ଟିକେଟ ମିଳିପାରେ । ଗୋଟିଏ ଏମପି ଆଉ ଗୋଟିଏ ବିଧାନସଭା ଆସନ । ଏଥିପାଇଁ କଂଗ୍ରେସ ଦଳ ସହିତ କଥାବାର୍ତ୍ତା ସରିଛି ବୋଲି ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଡିଜିଟାଲ ଡାଏଲଗ ଅଂଶଗ୍ରହଣ କରି କହିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ନିକଟରେ ଗମାଙ୍ଗ ପରିବାର ନୂଆଦିଲ୍ଲୀରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଏନେଇ ଶିଶିର କହିଛନ୍ତି ଯେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି କାମ କରୁଛନ୍ତି । ଏକଥା ଲୋକେ ଜାଣିସାରିଲେଣି । ତେଣୁ ଲୋକଙ୍କ ପାଖରେ ବିକଳ୍ପ ହେଉଛି କଂଗ୍ରେସ । ସେଥିପାଇଁ ଆମେ କଂଗ୍ରେସରେ ଯୋଗ ଦେଲୁ । ଆମେ ବିଆରଏସକୁ ଛାଡିନୁ, ବିଆରଏସ ଆମକୁ ଛାଡି ଚାଲିଦେଲା । ଗତ 24ବର୍ଷରେ ଓଡ଼ିଶାରେ ଯେପରି ବିକାଶ ହେବା କଥା ବିଜେଡି ସରକାରରେ ତାହା ହୋଇନାହିଁ । ଯଦି କାମ ହୋଇଥାନ୍ତା ତେବେ ଆଉ ନୂଆ ଯୋଜନାରେ ରୂପାନ୍ତରୀକରଣ ହୁଅନ୍ତା ନାହିଁ ବୋଲି ସେ କହିଛନ୍ତି ।  

ଏହା ବି ପଢନ୍ତୁ- ଡିଜିଟାଲ ଡାଏଲଗ: '96 ବିଧାନସଭା, 11 ଲୋକସଭା ଆସନ ଦଖଲ କରିବ କଂଗ୍ରେସ'

ଏହା ବି ପଢନ୍ତୁ- Digital Dialogue: BJDକୁ ପରାସ୍ତ କରିବ BRS: ଶିଶିର ଗମାଙ୍ଗ

24 ବର୍ଷରେ ରାଜ୍ୟରେ କିପରି ବିକାଶ ହୋଇଛି ପ୍ରସଙ୍ଗ କରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଶିଶିର ଗମାଙ୍ଗ । ଏବେ ବି ରାଜ୍ୟରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଲୋକେ ଯାଉଛନ୍ତି । ରାଜ୍ୟରେ ଯଦି ବିକାଶ ହୋଇଥାନ୍ତା, ଅର୍ଥନୈତିକ ଅଭିବୃଦ୍ଧି ଘଟିଥାନ୍ତା ତେବେ ବାହାର ରାଜ୍ୟକୁ କେହି ଦାଦନ ଖଟିବାକୁ ଯାଉନଥାନ୍ତେ ବୋଲି ସେ କହିଛନ୍ତି । ପରିକ୍ରମା ପ୍ରକଳ୍ପ ଓ ରାମ ମନ୍ଦିର ପ୍ରସଙ୍ଗରେ କହିଛନ୍ତି ଧର୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ଜଗନ୍ନାଥ ହୁଅନ୍ତୁ ଅବା ରାମ କୋଣସି ଦଳର ନୁହନ୍ତି, ସମଗ୍ର ଭାରତର ଏବଂ ବିଶ୍ବର ଠାକୁର । ତାଙ୍କ ନାଁରେ ଭୋଟ ମାଗିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ରାହୁଲଙ୍କ ନ୍ୟାୟଯାତ୍ରାର ପ୍ରଭାବ ଓଡ଼ିଶା ରାଜନୀତି ଉପରେ ପଡିବ ବୋଲି କହିଛନ୍ତି ଶିଶିର । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡ଼ିଶା

Last Updated : Jan 20, 2024, 5:00 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.