Digital Dialogue: BJDକୁ ପରାସ୍ତ କରିବ BRS: ଶିଶିର ଗମାଙ୍ଗ

By

Published : Feb 4, 2023, 5:55 PM IST

Updated : Feb 6, 2023, 4:07 PM IST

thumbnail

ଭୁବନେଶ୍ବର: ମୋତେ କୋରାପୁଟ ସାଂସଦ ଟିକେଟ ପାଇଁ ପ୍ରତିଶୃତି ଦିଆଯାଇଥିଲା । ନିର୍ବାଚନରେ ଦିଆଗଲା ରଣପୁର ବିଧାନସଭା ଟିକେଟ । ଯେଉଁଠି ମୁଁ କେବେ କାମ କରିନଥିଲି । ମୋତେ ପରାଜିତ କରିବା ପାଇଁ ରଣପୁର ଟିକେଟ ଦେଇଥିଲେ । ଓଡିଶା ବିଜେପି ୟୁନିଟରେ ସବୁକିଛି ଠିକ ଚାଲିନାହିଁ । ନିର୍ଦ୍ଦିଷ୍ଟ କିଛି ନେତା ମୋତେ କାମ କରାଇ ଦେଉନଥିଲେ । 2017 ପଞ୍ଚାୟତ ନିର୍ବାଚନରେ ଓଡିଶା ବିଜେପି ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଦଳର ଅହଙ୍କାର ପାଇଁ ସେହି  ପ୍ରଦର୍ଶନ 2022 ରେ ବଜାୟ ରହିଲା ନାହିଁ । ଓଡିଶା ବିଜେପି କେବଳ ଦଳୀୟ କାର୍ଯ୍ୟାଳୟରେ ସୀମିତ । ମୈଦାନରେ ବିଜେପି ସଂଗଠନରେ ଶକ୍ତି ନାହିଁ । ମୁଁ ଦଳର ସମସ୍ୟା ନେଇ ଦଳୀୟ ଫୋରମରେ ବାରମ୍ବାର ଉଠାଇଛି । ମୋର ସମସ୍ୟାକୁ ଦଳରେ ସମାଧାନ କରାଗଲା ନାହିଁ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ । ନିକଟରେ ଗମାଙ୍ଗ ପରିବାର ବିଜେପି ଛାଡି ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶିଶିର ।  

ଶିଶିର ଗମାଙ୍ଗ ଆହୁରି କହିଛନ୍ତି ମାତ୍ର 10 ବର୍ଷ ତଳେ ନୂଆ ଗଠନ ହୋଇଥିବା ତେଲେଙ୍ଗାନା ଏବେ ବିକାଶର ଶୀର୍ଷ ଛୁଇଁଛି । ସେଠାକାର ବିକାଶ ଦେଶକୁ  ନୂଆ ଦିଶା ଦେଖାଇବ । ତେଲେଙ୍ଗାନା କୃଷକ ଆଜି ଆତ୍ମନିର୍ଭର । ଆର୍ଥିକ ସ୍ତରରେ ସ୍ବଚ୍ଛଳ । ସାମାଜିକ ଭତ୍ତା ତେଲେଙ୍ଗାନାରେ 2000 ଟଙ୍କା ଦିଆଯାଉଛି । ଓଡିଶାରେ କାହିଁକି ନାହିଁ? ସେହିପରି ଶିଶିର କହିଛନ୍ତି ଓଡିଶାରେ ବିଆରଏସ 147 ବିଧାନସଭା ଆସନ ସହ 21 ଟି ଲୋକସଭା ଆସନରେ ଲଢେଇ କରିବ । ଶକ୍ତିଶାଳୀ ବିଜେଡିକୁ ପରାସ୍ତ କରିବା ପାଇଁ ଦଳ ପୁରା ପ୍ରସ୍ତୁତ ହେଉଛି । ଦେଖନ୍ତୁ ଶିଶିର ଗମାଙ୍ଗଙ୍କ ସହ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

Last Updated : Feb 6, 2023, 4:07 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.