କୋରାପୁଟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଫ୍ଲାଗ ମାର୍ଚ୍ଚ - Flag March

By ETV Bharat Odisha Team

Published : May 4, 2024, 10:47 PM IST

thumbnail
କୋରାପୁଟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଫ୍ଲାଗ ମାର୍ଚ୍ଚ (ETV Bharat Odisha)

Koraput District Administration Flag March କୋରାପୁଟ: ଓଡ଼ିଶାରେ ଏକାସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କୋରାପୁଟ ଜିଲ୍ଲାରେ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପର ରହିଛି । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି (ଶନିବାର) ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ କୋରାପୁଟ ଜନସାଧାରଣ କିପରି ନିର୍ଭିକ ଭାବରେ ମତଦାନ କେନ୍ଦ୍ରକୁ ଯାଇ ନିଜର ଭୋଟ ଦେଇପାରିବେ ସେଥିପାଇଁ ଜନସାଧାରଣଙ୍କ ନିକଟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଏବଂ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନାକର ମିଳିତ ଭାବରେ ପୋଲିସର ଏକ ଟିମକୁ ନେଇ କୋରାପୁଟ ଜଗନ୍ନାଥ ମନ୍ଦିର ଛକରୁ ଫ୍ଲାଗ ମାର୍ଚ୍ଚରେ ବାହାରିଥିଲେ । ଚାଲି ଚାଲି ପୁଚିଲା ସାହି ବାଳକ ଉଚ୍ଚ ବିଦ୍ୟାଳୟ ଛକ ହାଟପଦା ଛକ ଟ୍ରାଫିକ ଛକ ଓ କଳାନିକେତନ ଦେଇ ପୁଣିଥରେ ଜଗନ୍ନାଥ ମନ୍ଦିର ଛକ ଯାଏଁ ବୁଲିଥିଲେ । ସୂଚନା ଯୋଗ୍ୟ କୋରାପୁଟରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ମେ' 13 ତାରିଖରେ ହେବାକୁ ଯାଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.