ଢେଙ୍କାନଳରେ ଅଗ୍ନିଶମ ସେବା ସପ୍ତାହ ପାଳିତ, ସୁରକ୍ଷା ନେଇ ଲୋକଙ୍କୁ କରାଗଲା ସଚେତନ - Fire service Week

By ETV Bharat Odisha Team

Published : Apr 14, 2024, 10:42 PM IST

thumbnail

Fire Service Week ଢେଙ୍କାନାଳ: ଜିଲ୍ଲାର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ପାଳନ ଆରମ୍ଭ ହୋଇଛି । ଆଜି (ରବିବାର) ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଅଗ୍ନିଶମ ସପ୍ତାହ ପାଳନ କରାଯିବ । ଏହି ଅବସରରେ ଆଜି ଜିଲ୍ଲା ଅଗ୍ନିଶମ ସେବା ବିଭାଗ କାର୍ଯ୍ୟାଳୟ ପରିସରରେ ଏହି ସପ୍ତାହକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି । ଏଥିରେ ଅତିଥି ଭାବେ ସଦର ଏସଡିପିଓ ବିଭୁତି ଭୂଷଣ ମହାପାତ୍ର, ସଦର ଥାନା ଅଧିକାରୀ ଦିପକ ଲେଙ୍କା, ଟାଉନ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ଅଗ୍ନିଶମ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ କିପରି ଅଗ୍ନିକାଣ୍ଡ ଓ ଆପତ୍ତ କାଳୀନ ବିପଦରୁ ତତ୍‌କ୍ଷଣାତ ରକ୍ଷା ପାଇବ ହେବ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଜିଲ୍ଲା ଅଗ୍ନିସେବା ଅଧିକାରୀ ପ୍ରଶାନ୍ତ କୁମାର ଧଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.