ବାଲେଶ୍ୱର ବିକାଶ ଧାରା ଅଟକି ଯାଇଛି, ସମର୍ଥନ ମିଳିଲେ ଦିଲ୍ଲୀ ହେବ ବାଲେଶ୍ଵରର ଦ୍ୱାରସ୍ଥ: ଶ୍ରୀକାନ୍ତ - Interview With Srikant Jena

By ETV Bharat Odisha Team

Published : Apr 14, 2024, 9:40 PM IST

thumbnail

ବାଲେଶ୍ବର: ଲୋକସଭା ଆସନ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛନ୍ତି । ସେମାନଙ୍କ ମଧ୍ୟରୁ କଂଗ୍ରେସ ଶେଷରେ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । କଂଗ୍ରେସ ଶ୍ରୀକାନ୍ତ ଜେନାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏବେ ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବାର ଆଶଙ୍କା କରାଯାଇଛି । ଗୋଟେ ପଟେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରହିଥିବା ବେଳେ ଶ୍ରୀକାନ୍ତ ମଧ୍ୟ ପଛରେ ରହି ନାହାନ୍ତି । ଶ୍ରୀକାନ୍ତଙ୍କୁ ଟିକେଟ୍ ମିଳିବା ପରେ ସେ କହିଛନ୍ତି, "ଦିଲ୍ଲୀ ବାଲେଶ୍ଵରର ଦ୍ବାରସ୍ଥ ହୋଇଥିଲା ଏବଂ ପୁଣିଥରେ ଲୋକମାନେ ସମର୍ଥନ କଲେ ଆଉ ଥରେ ଦିଲ୍ଲୀ ବାଲେଶ୍ଵରର ଦ୍ବାରସ୍ଥ ହେବ ।"

2009ରୁ 2014 ମସିହା ଯାଏଁ ବାଲେଶ୍ଵରର ବିକାଶ କଥା ଶ୍ରୀକାନ୍ତ କହିବାକୁ ଯାଇ କହିଛନ୍ତି ଯେ, ବିକାଶର ଧାରା ଆଗକୁ 10 ବର୍ଷ ଭିତରେ ବଢିଥାନ୍ତା । ମାତ୍ର ବିକାଶର ଧାରା କେଉଁଠି ନା କେଉଁଠି ଅଟକି ଯାଇଛି । ସେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଥିବାବେଳେ ବାଲେଶ୍ବରରେ ନୋସି ବିଜିନେସ ପାର୍କଠାରୁ ଆରମ୍ଭ କରି ସିପେଟ ଏବଂ କୃଷି କ୍ଷେତ୍ରରେ ବିକାଶ କରାଯାଇଛି । ଗାଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ କଂକ୍ରିଟ ସଡ଼କ ତିଆରି କରାଯାଇଛି । ଏମିତି କି ବିକାଶର ଯେଉଁ ପ୍ରକାର ଧାରା ସେତେବେଳେ ଚାଲିଥିଲା, ତାହା ପରବର୍ତ୍ତୀ ସମୟରେ ଏକ ପ୍ରକାର ଠପ ହୋଇଯାଇଛି ।  

ଏହା ମଧ୍ୟ ପଢନ୍ତୁ ....ଦାରିଦ୍ର୍ୟତା ଦେଖାଇଲା ବାଟ, ଚଣା ମୁଢି ବିକାଳୀରୁ ବିଧାୟକ ସାଜିଲେ ଭୀମସେନ - Bhimsen Choudhary

2014 ପରେ ଶ୍ରୀକାନ୍ତ ବାଲେଶ୍ବରରୁ ଗ୍ୟାପ୍ ହେବା ଘଟଣାରେ ସେ କହିଛନ୍ତି ଯେ, 2014ରୁ 19 ଭିତରେ ଏମିତି କି ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ଲୋକମାନଙ୍କ ସହ ରହିଥିଲେ । ତାଙ୍କ ସମୟରେ ହୋଇଥିବା ବିକାଶର କଥା କହି ଭୋଟ ଭିକ୍ଷା କରିବେ । ତେବେ ଆଗାମୀ ଦିନରେ କେମିତି ତିନି ଦଳର ଲଢେଇ ହେଉଛି ଏବଂ ଭୋଟର କାହାକୁ ଗ୍ରହଣ କରୁଛନ୍ତି । ତାହା ହିଁ ଦେଖିବାକୁ ବାକି ରହିଲା । 


ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.