ETV Bharat / state

ଦାରିଦ୍ର୍ୟତା ଦେଖାଇଲା ବାଟ, ଚଣା ମୁଢି ବିକାଳୀରୁ ବିଧାୟକ ସାଜିଲେ ଭୀମସେନ - bhimsen choudhary

author img

By ETV Bharat Odisha Team

Published : Apr 14, 2024, 4:58 PM IST

Struggle Story Of Bhimsen: ବଣାଇର ପୁର୍ବତ୍ତନ ବିଧାୟକ ତଥା ବର୍ତ୍ତମାନର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭୀମସେନ ଚୌଧୁରୀ କିଭଳି ଦାରିଦ୍ର୍ୟ ସହ ସଂଘର୍ଷ କରି ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ଏବଂ ସମାଜ ପାଇଁ କାର୍ଯ୍ୟ କରି ପଲଟିଛନ୍ତି ଜନ ପ୍ରତିନିଧି । ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

ଦାରିଦ୍ର୍ୟତା ଦେଖାଇଲା ବାଟ, ଚଣା ମୁଢି ବିକାଳୀରୁ ବିଧାୟକ ସାଜିଲେ ଭୀମସେନ
ଦାରିଦ୍ର୍ୟତା ଦେଖାଇଲା ବାଟ, ଚଣା ମୁଢି ବିକାଳୀରୁ ବିଧାୟକ ସାଜିଲେ ଭୀମସେନ

ଦାରିଦ୍ର୍ୟତା ଦେଖାଇଲା ବାଟ, ଚଣା ମୁଢି ବିକାଳୀରୁ ବିଧାୟକ ସାଜିଲେ ଭୀମସେନ

ରାଉରକେଲା/ବଣାଇ: ଚଣା ମୁଢି ବିକାଳୀରୁ ବିଧାୟକ ସାଜିଛନ୍ତି ଭୀମସେନ ଚୌଧୁରୀ । ଦାରିଦ୍ର୍ୟ ସହ ସଂଘର୍ଷ କରି ଆଜି ସେ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସୂଚନା ଅନୁସାରେ, ସେ ଅଷ୍ଟମ ଶ୍ରେଣୀରୁ ଚଣା ମୁଢି ନେଇ ବିକ୍ରି କରିବାକୁ ଯାଉଥିଲେ । ନିଜ ଭାଗ୍ୟକୁ ନିଜେ ବଦଳିବାର ଆଶା ଏବଂ ବିଶ୍ବାସ ତାଙ୍କୁ ଦେଇଛି ବିଧାୟକର ପରିଚୟ । ସେ ହେଉଛନ୍ତି ପୂର୍ବତନ ବଣାଇ ବିଧାୟକ ତଥା ବର୍ତ୍ତମାନର ବିଜେଡି ବିଧାୟକ ପ୍ରାର୍ଥୀ ଭୀମସେନ ଚୌଧୁରୀ । ଏନେଇ ପ୍ରତିକ୍ରିୟା ରଖି ଭାମସେନ କହିଛନ୍ତି, "ପିଲାବେଳେ ହାଟରେ ବୁଲି ବୁଲି ଚଣାବାଦାମ ବିକୁଥୁଲି । ସ୍କୁଲକୁ ବି ଯାଉଥିଲି । ଏହାପରେ ଗୋଟିଏ ଡମ୍ପରରେ ହେଲପର ଭାବେ କାମ କଲି । ଏହାପରେ ଧୀରେ ଧୀରେ ଡ୍ରାଇଭିଂ ଶିଖଲି ଏବଂ ଗୋଟେ କମ୍ପାନୀ ଗାଡ଼ିରେ ଡ୍ରାଇଭର ଚାକିରି କଲି । ଏହାପରେ ଜଣେ ଠିକାଦାରଙ୍କ ପାଖରେ ସୁପରଭାଇଜର ଭାବରେ କାମ କରି ୨୫୦ ଟଙ୍କା ଦରମା ପାଇଥିଲି ।" ଏହିପରିଭାବେ ଜୀବନର ବହୁ ଘାତ ପ୍ରତିଘାତ ଭିତରେ ରାଜନୀତିରେ ସଫଳତା ପାଇଛନ୍ତି ଭୀମସେନ ।

ସୁପରଭାଇଜର ଭାବେ କାମ କରିବା ପରେ ସେ ନିଜେ ଠିକାକାମ ଆରମ୍ଭ କରିଥିଲେ । ନବେ ଦଶକରେ ସେ ପ୍ରଥମେ କୋଇଡାର ସରପଞ୍ଚ ହେଲେ । 1995ରେ କଂଗ୍ରେସର ଦୁଇଜଣ ନେତାଙ୍କ କଳିରେ ଅତିଷ୍ଠ ହୋଇ ସ୍ବାଧୀନ ଭାବରେ ବଣାଇ ବିଧାନସଭା ଆସନ ପାଇଁ ଜୁଏଲ ଓରାମଙ୍କ ବିପକ୍ଷରେ ଛିଡା ହେଲେ ଭୀମସେନ ଚୌଧୁରୀ । କିନ୍ତୁ ସେ ପରାଜୟ ବରଣ କରିଥିଲେ । ହେଲେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ତେଣୁ ସେହି ନିର୍ବାଚନରେ ବିଜୟୀ ହୋଇଥିବା ତତ୍କାଳୀନ ବିଧାୟକ ଜୁଏଲ ଓରାମ ଭୀମଙ୍କୁ ବିଜେପି ଦଳକୁ ନେଇ ଆସିଥିଲେ । ଏହାପରେ ବିଜେପିରେ ରହିବା ଭିତରେ ୨୦୦୪ରେ ଜୁଏଲଙ୍କ ଆଶୀର୍ବାଦରେ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ଭୀମସେନ । କିନ୍ତୁ ନିର୍ବାଚନରେ ସେ ହାରିଯାଇଥିଲେ ଓ ୨୦୦୯ରେ ସେ ପୁଣି ବିଜେପିରୁ ନିର୍ବାଚନ ଲଢିବାର ସୁଯୋଗ ପାଇ ବିଧାୟକ ହୋଇଥିଲେ । 30 ହଜାର 495 ଭୋଟ ପାଇ ବଣାଇର ବର୍ତ୍ତମାନ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ 3 ହଜାର 356 ଭୋଟରେ ପରାସ୍ତ କରିଥିଲେ ଭୀମସେନ ।

ଏହା ମଧ୍ୟ ପଢନ୍ତୁ.......ଓଡ଼ିଆରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୋଦି, ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀ ସଭିଁଙ୍କ ସୁଖ ସମୃଦ୍ଧି କାମନା କଲେ - Odia New Year


ଏହାପରେ ଜୁଏଲଙ୍କ ସହିତ ମତପାର୍ଥକ୍ୟ ହୋଇଥିଲା ଏବଂ କଂଗ୍ରେସକୁ ପୁଣି ଫେରିଯାଇଥିଲେ ଭୀମସେନ । ୨୦୧୪ ରେ କଂଗ୍ରେସ ଟିକଟରେ ଲଢ଼ି ବିଧାନସଭା ନିର୍ବାଚନରେ 37 ହଜାର 181 ଭୋଟ ପାଇ ମାତ୍ର 1ହଜାର 944 ଭୋଟରେ ହାରିଥିଲେ । ପୁଣି ୨୦୧୬ ମସିହାରେ ସେ ବିଜେଡିରେ ସାମିଲ ହୋଇଥିଲେ । ହେଲେ ସେ ୨୦୧୯ ନିର୍ବାଚନ ଲଢ଼ିନଥିଲେ । ତେବେ ଭୀମସେନଙ୍କୁ ଏଥର ବିଜେଡି ଭରସା କରିଛି ଟିକେଟ ଦେଇଛି । ଯେଉଁଠାରେ କେବେ ବିଜେଡି ବିଜୟୀ ହୋଇନାହିଁ ସେହି ନିର୍ବାଚନ ମଣ୍ଡଳୀରେ ଭୀମସେନ ଶଙ୍ଖ ବଜାଇବାରେ ସଫଳ ହେବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ରାଉରକେଲା/ବଣାଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.