ଭୋଟ ଦେଲେ କଂଗ୍ରେସ ସାଂସଦ ପ୍ରାର୍ଥୀ; ନବରଙ୍ଗପୁରରୁ ଭୁଜବଳ, ଡାବୁଗାଁରୁ ଲଢୁଛନ୍ତି ଝିଅ - Bhujabal Majhi Casts Vote

By ETV Bharat Odisha Team

Published : May 13, 2024, 10:12 PM IST

thumbnail
Bhujabal Majhi (ETV Bharat Odisha)

Bhujabal Majhi Casts Vote: ନବରଙ୍ଗପୁର: ଭୋଟ ଦେଲେ ଭୁଜବଳ ମାଝୀ । ନବରଙ୍ଗପୁର ଜିଲ୍ଲାର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତି । ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଚରାମୂଳା ସ୍ଥିତ ୧୯୬ ନମ୍ବର ବୁଥରେ ଆସି ସେ ମତଦାନ କରିଛନ୍ତି । ନିଜ ପାଇଁ ମତଦାନ କରିବା ସହିତ ଡାବୁଗାଁ କଂଗ୍ରେସ ବିଧାୟକ ପ୍ରାର୍ଥିନୀ ଥିବା ନିଜ ଝିଅ ଡକ୍ଟର ଲିପିକା ମାଝୀଙ୍କ ସପକ୍ଷରେ ମଧ୍ୟ ମତଦାନ କରିଥିବା କହିଛନ୍ତି ଭୁଜବଳ । 

ଏହା ବି ପଢନ୍ତୁ...ନିଜ ବୁଥ୍ ନିର୍ଗୁଣ୍ଡିରେ ମତ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା - Jagannath Saraka Casts Vote

"ବିଧାୟକ ପ୍ରାର୍ଥିନୀ ନିଜ ଝିଅ ଡକ୍ଟର ଲିପିକା ମାଝୀ ନିଶ୍ଚୟ ବିଜୟୀ ହେବ" ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ଏହାସହ ସେ ନିଜେ ମଧ୍ୟ ନିଶ୍ଚୟ ବିଜୟ ହାସଲ କରିବେ ବୋଲି କହିଛନ୍ତି । ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ସମସ୍ତ ୭ ଟି ବିଧାନସଭାରେ କଂଗ୍ରେସ ପ୍ରାର୍ଥୀମାନେ ନିଶ୍ଚୟ ବିଜୟ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭୁଜବଳ ମାଝୀ । 

ଇଟିଭି ଭାରତ, ନବରଙ୍ଗପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.