କେନ୍ଦୁଝରରେ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - File Nomination In Kendujhar

By ETV Bharat Odisha Team

Published : May 4, 2024, 4:20 PM IST

thumbnail
କେନ୍ଦୁଝରରେ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ (ETV Bharat Odisha)

Congress Candidates File Nomination In Kendujhar: କେନ୍ଦୁଝର: ରାଜ୍ୟରେ ନିର୍ବାଚନକୁ ନେଇ ନାମାଙ୍କନ ଦାଖଲ ପର୍ବ ଚାଲିଥିବା ବେଳେ କେନ୍ଦୁଝର ଲୋକସଭା ଆସନ ସହ କେନ୍ଦୁଝର, ତେଲକୋଇ ଓ ପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । 

କେନ୍ଦୁଝର ଲୋକସଭା ଆସନର କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରି ନାଏକଙ୍କ ସହ କେନ୍ଦୁଝର, ତେଲକୋଇ ଓ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ, ନିର୍ମଳ ନାଏକ ଓ ହୃଷିକେଷ ନାଏକ ଆଜି ନିଜ ନିଜର ପ୍ରାର୍ଥ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ କାଳୀ ପଡିଆ ଠାରୁ କଂଗ୍ରେସ କର୍ମୀ ଓ ନିଜ ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ 6ଷ୍ଠ ପର୍ଯ୍ୟାୟ ଅର୍ଥାତ ମେ' ୨୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ଆଜି ଭାରତୀୟ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ ବିଜେପିର ଅନନ୍ତ,ମୋହନ ଓ ଅଖିଳ: ହଜାର ହଜାର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ - BJP Candidate Nomination

ପ୍ରଥମେ ବିନୋଦ ବିହାରି ନାଏକ, ପ୍ରତିଭା ମଞ୍ଜରୀ ନାଏକ, ନିର୍ମଳ ନାଏକ ଓ ହୃଷିକେଷ ନାଏକ ସ୍ଥାନୀୟ କାଳୀ ପଡିଆ ଠାରୁ କଂଗ୍ରେସ କର୍ମୀ ଓ ନିଜ ନିଜର ସମର୍ଥକଙ୍କ ସହ ଆଦିମ ଜନଜାତି ଜୁଆଙ୍ଗଙ୍କ ପାରମ୍ପାରିକ ଚାଙ୍ଗୁ ବାଦ୍ୟ ଓ ନୃତ୍ୟ ସହ ଆଦିବାସୀ ପାରମ୍ପରିକ ନୃତ୍ୟର ତାଳେ ତାଳେ ନାଚ ଗୀତ କରି ଶୋଭାଯାତ୍ରାରେ ଯାଇ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହାସହ ପ୍ରତିଭା ମଞ୍ଜରୀ ନାଏକ ଓ ନିର୍ମଳ ନାଏକ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ନିକଟରେ ପାର୍ଥୀପତ୍ର ଦାଖଲ କରିଥିଲେ । କଂଗ୍ରେସର ଏହି ଶୋଭାଯାତ୍ରାରେ ପ୍ରାର୍ଥୀମାନଙ୍କ ସହ ଆନନ୍ଦପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବ ଜେନା ମଧ୍ୟ ସାମିଲ ହୋଇଥିଲେ ।
 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.