ETV Bharat / politics

ନାମାଙ୍କନ ଭରିଲେ ବିଜେପିର ଅନନ୍ତ,ମୋହନ ଓ ଅଖିଳ: ହଜାର ହଜାର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ - BJP Candidate Nomination

author img

By ETV Bharat Odisha Team

Published : May 3, 2024, 10:15 PM IST

BJP Candidate Nomination: କେନ୍ଦୁଝରରେ ବିଜେପିର ଶକ୍ତି ପ୍ରଦର୍ଶନ । ୧୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ଶୋଭାଯାତ୍ରାରେ ନାମାଙ୍କନ ପାଇଁ ଗଲେ ପ୍ରାର୍ଥୀ । ଅଧିକ ପଢନ୍ତୁ

BJP Candidate Nomination
BJP Candidate Nomination (Etv Bharat Odisha)

BJP Candidate Nomination (Etv Bharat Odisha)

କେନ୍ଦୁଝର: ୧୦ ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ନେଇ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ । ଅନନ୍ତ ନାୟକ, ମୋହନ ଚରଣ ମାଝୀ ଓ ଅଖିଳ ଚନ୍ଦ୍ର ନାୟକ ଆଜି ନିଜ ନିଜର ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ବିଜେପି ଦଳର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ଓ ପାଟଣା ବିଧାନସଭା ଆସନର ବିଧାୟକ ପାର୍ଥୀ ମୋହନ ଚରଣ ମାଝି ଓ ଅଖିଳ ଚନ୍ଦ୍ର ନାଏକ ନାମାଙ୍କନ କରିଛନ୍ତି । ସ୍ଥାନୀୟ କାଳୀ ପଡିଆ ଠାରୁ ବିଜେପି କର୍ମୀ ଓ ନିଜ ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମେ ୨୫ ତାରିଖରେ ଭୋଟ ଗ୍ରହଣ ହେବ ।

ସୂଚନା ଅନୁସାରେ, ଅନନ୍ତ ନାଏକ , ମୋହନ ଚରଣ ମାଝୀ ଓ ଅଖିଳ ଚନ୍ଦ୍ର ନାୟକ ସ୍ଥାନୀୟ କାଳୀ ପଡିଆଠାରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ନାମାଙ୍କନ ପାଇଁ ବାହାରି ଥିଲେ । ଆଦିମ ଜନଜାତି ଜୁଆଙ୍ଗଙ୍କ ପାରମ୍ପରିକ ଚାଙ୍ଗୁ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଏହାସହ ଭୂୟାଁ ଆଦିବାସୀ ପାରମ୍ପରିକ ନୃତ୍ୟ, ମାଦଳ, ଢୋଲ ବଜାଇ ନାଚ ଗୀତର ଆସର ଜମିଥିଲା । ଏକ ସୁସଜ୍ଜିତ ଗାଡିରେ ଯୋଡ ହସ୍ତରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ପ୍ରାର୍ଥୀମାନେ । ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ପହଞ୍ଚି ଥିଲେ । ସେଠାରେ ମୋହନ ଚରଣ ମାଝୀ ଗାଡି ଉପରେ ଅନନ୍ତ ନାଏକଙ୍କୁ ମୁଣ୍ଡ ନୁଆଇଁ ଯୋଡ ହସ୍ତରେ ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଅନନ୍ତ ନାୟକ ଓ ଅଖିଳ ନାୟକ ଗାଡିରୁ ଓହ୍ଲାଇ ଜିଲ୍ଳାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିଜ ନିଜର ପାର୍ଥୀପତ୍ର ଦାଖଲ କରିଥିଲେ ।

ଏହା ବି ପଢନ୍ତୁ...ଛେଣ୍ଡିପଦା-ଅନୁଗୋଳ ପାଇଁ ପାଟପଟୁଆରରେ ଆସି ନାମାଙ୍କନ ଭରିଲେ ଦୁଇ ବିଜେପି ପ୍ରାର୍ଥୀ - Odisha Assembly Election 2024

ମୋହନ ମାଝୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ ନିକଟରେ ପାର୍ଥୀପତ୍ର ଦାଖଲ କରିଥିଲେ । ବିଜେପିର ଏହି ଶୋଭାଯାତ୍ରାରେ ପ୍ରାର୍ଥୀମାନଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଫଗୁନ ସିଂ ଖୁଲସ୍ତେ , ତେଲକୋଇ ଓ ଚମ୍ପୁଆ ବିଧାୟକ ପାର୍ଥୀ ଡକ୍ତର ଫକୀର ମୋହନ ନାୟକ ଓ ମୁରଲୀ ଶର୍ମାଙ୍କ ସମେତ ଅନେକ ରାଜ୍ୟସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ପ୍ରାର୍ଥୀପତ୍ର ଦାଖଲ ପରେ ମୋଦିଙ୍କ ବିକାଶମୂଳକ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବେ ବୋଲି ସେମାନେ କହିଛନ୍ତି । ଏହାସହ ମୌଳିକ ସୁବିଧାରୁ ବଞ୍ଚିତ ଜିଲ୍ଲାବାସୀକୁ ଶିକ୍ଷା, ସ୍ଵାସ୍ଥ୍ୟ ଜଳ ଓ ଗମନା ଗମନର ସୁବିଧା ପ୍ରତି ଦୃଷ୍ଟି ଦେବେ ବୋଲି ପାର୍ଥୀମାନେ ପ୍ରକାଶ କହିଛନ୍ତି । ଏଥର ବିକାଶ ପାଇଁ ଲୋକମାନେ ବିଜେପିକୁ ଭୋଟ ଦେବା ସହ କେନ୍ଦୁଝର ଜିଲ୍ଲାରେ ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ବିଜେପି ଖାତାକୁ ଯିବ ବୋଲି ପ୍ରାର୍ଥୀମାନେ ଦମ୍ଭୋକ୍ତି ଦେଖାଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.