ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ, ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପକାଇଲେ ତାଲା

By ETV Bharat Odisha Team

Published : Feb 8, 2024, 8:53 PM IST

thumbnail

BJP protest:ଢେଙ୍କାନାଳ: ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଲା ବିଜେପି କର୍ମୀ । ଢେଙ୍କାନାଳରେ ହାତୀ ଓ ବନ୍ୟପ୍ରାଣୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ସେନେଇ ଆଜି ଉତ୍ୟକ୍ତ ଲୋକେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ସହିତ ତାଲା ପକାଇ ନାରାବାଜି କରିଥିଲେ । ସୂଚନା ମୁତାବକ ଗତ କିଛିମାସ ମଧ୍ୟରେ ଦନ୍ତା ହାତୀ ଆକ୍ରମଣରେ 12 ଜଣଙ୍କର ମୃତ୍ୟୁ ହୋଇସାରିଛି l କିନ୍ତୁ ବନବିଭାଗ କୌଣସି ପଦକ୍ଷେପ ନେଉନାହାନ୍ତି l ଯାହାକୁ ନେଇ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ବିଜେପି ପକ୍ଷରୁ ଶତାଧିକ କର୍ମୀ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ଫାଟକ ସମ୍ମୁଖରେ ବିଭିନ୍ନ ନାରାବାଜି ଦେଇ ପ୍ରତିବାଦ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ତୀବ୍ର ବିରୋଧ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.... ସିଏମସି ଚଳୁ କରିଦେଲା କୁକୁର ଟଙ୍କା !

ଖବର ପାଇ ଟାଉନ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ । ବିଜେପି କର୍ମକର୍ତ୍ତାଙ୍କ ସହିତ ଡିଏଫଓଙ୍କ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତୁରନ୍ତ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀଦିନରେ ବିଜେପି ରାଜରାସ୍ତାକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି l ତେବେ ବିଭିନ୍ନ ସମୟରେ ହାତୀମାନେ ବିଲବାଡ଼ିରେ ଫସଲ ଉଜାଡ଼ି ଦେଉଛନ୍ତି । ଆଉ କେତେବେଳେ ଚାଷୀ ମାନଙ୍କୁ କଚାଡି ମାରୁଛନ୍ତି । ଜିଲ୍ଲାରେ ହାତୀ ଏବଂ ମଣିଷ ଭିତରେ ହେଉଥିବା ଲଢ଼େଇ ଥମିବାର ନାଁ ନେଉନାହିଁ । ଯାହା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ହାତୀ ଓ ବନ୍ୟଜନ୍ତୁ ଭୟରେ ଚାଷୀମାନେ ଚାଷ କାର୍ଯ୍ୟରୁ ବିମୁଖ ହେବାକୁ ବସିଲେଣି l 

ଇଟିଭି ଭାରତ,ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.