ETV Bharat / state

ସିଏମସି ଚଳୁ କରିଦେଲା କୁକୁର ଟଙ୍କା !

author img

By ETV Bharat Odisha Team

Published : Feb 8, 2024, 8:13 PM IST

Corruption In Dog Sterilization: କଟକରେ କୁକୁର ବନ୍ଧ୍ୟାକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ଆଣିଲେ କର୍ପୋରେଟର । ଘଟଣାର ଦତନ୍ତ ପାଇଁ ସିଏମସି କମିଶନରଙ୍କୁ ଦେଲେ ଦାବି ପତ୍ର । ଅଧିକ ପଢନ୍ତୁ

କୁକୁର ବନ୍ଧ୍ୟାକରଣ ନାଁରେ ସିଏମସିର ହରିଲୁଟ
କୁକୁର ବନ୍ଧ୍ୟାକରଣ ନାଁରେ ସିଏମସିର ହରିଲୁଟ

କୁକୁର ବନ୍ଧ୍ୟାକରଣ ନାଁରେ ସିଏମସିର ହରିଲୁଟ

କଟକ: କେବେ ଶୁଣିଛନ୍ତି କି କୁକୁର ନାଁରେ ଲୁଟ କଥା ? ଏଭଳି ଏକ ଘଟଣା ସମ୍ନାକୁ ଆସିଛି କଟକରୁ । କୁକୁର ବନ୍ଧ୍ୟାକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗତବର୍ଷ ଜୁନ ଠାରୁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ବିଲ ହୋଇ ସ୍ୱାସ୍ଥ୍ୟ ବିଭାଗରେ ପୈଠ କରୁଛି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ । ଏନେଇ ଆଜି ସିଏମସି କର୍ପୋରେଟର ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ସିଏମସି କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅଭିଯୋଗ ଅନୁସାରେ, କଟକ ସହରରେ ଦିନକୁ ଦିନ କୁକୁରମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଉଛି । ଏନେଇ ଅନେକ ଥର ସିଏମସିର ସ୍ୱାସ୍ଥ୍ୟ ବିଭାଗକୁ କଲ୍ କରିଲେ ସୁଦ୍ଧା ଉତ୍ତର ଆସୁଛି, ଯେ ହାଇକୋର୍ଟରେ ମାମଲା ଜାରି ରହିଥିବାରୁ ବର୍ତ୍ତମାନ କୁକୁରମାନଙ୍କୁ ନାଁ ବନ୍ଧ୍ୟାକରଣ ତଥା ଅନ୍ୟ କୌଣସି ଘଉଡାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ହେଲେ ଅତି ବିଡ଼ମ୍ବନାର କଥା ହେଲା କୌଣସି କାର୍ଯ୍ୟପନ୍ଥା ନଥାଇ ମଧ୍ୟ ପ୍ରତି ମାସରେ କୁକୁର ବନ୍ଧ୍ୟାକରଣ ନାଁରେ ଲକ୍ଷାଧିକ ଟଙ୍କା ବିଲ କରାଯାଉଛି । ଏହାସହ ଗାଡିରେ ତେଲ, ନିଯୁକ୍ତି ଭିତ୍ତିକ, ଖାଦ୍ୟ ଏବଂ ମେଡ଼ିସିନ ଖର୍ଚ୍ଚ ଦର୍ଶାଇ ପ୍ରତିମାସରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି ।

ଏନେଇ କର୍ପୋରେଟର ଲିଜାରାଣୀ ରାଉତ କହିଛନ୍ତି ଯେ କଟକରେ କୁକୁର ଆତଙ୍କ ଦିନକୁ ଦିନ ବଢ଼ି ଚାଲିଛି । ହେଲେ ସିଏମସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛି । ଲୋକଙ୍କ ଟିକସ ପଇସାକୁ କୁକୁର ନାଁରେ ହରିଲୁଟ କରାଯାଇଛି । ଯାହା ଅତି ନିନ୍ଦନୀୟ ଘଟଣା । ଏହି ଘଟଣାର ସଠିକ ତଦନ୍ତ ପାଇଁ ଆଜି ଆମେ କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛୁ । ଯଦି ଏହି ଦିଗରେ ସିଏମସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ନ କରନ୍ତି । ତେବେ ଆଗମୀ କାଉନସିଲରେ ଏହାର ଉଚିତ ଜବାବ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ ....ବାଲି ଅଚଳାବସ୍ଥା ଦୂର କରିବା ପାଇଁ କ'ଣ ପ୍ରସ୍ତାବ ଅଛି ? ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୂର୍ବରୁ ସିଏମସି ନାଁରେ ଏହି କାର୍ଯ୍ୟକୁ ନେଇ ଅନେକ ଅଭିଯୋଗ ଆସିଥିଲା । ଯେଉଁ ସମୟରେ ବନ୍ଧ୍ୟାକରଣ କରିବା କଥା ସେହି ସମୟରେ ସିଏମସି ବେପରୁଆ ଭାବରେ ଅନ୍ୟ ଦିଗରେ ଦୃଷ୍ଟି ଦେବା କଥା ଉଭୟ କର୍ପୋରେଟର ଓ ସହର ପକ୍ଷରୁ ସ୍ୱର ଉଠିଥିଲା । ତେବେ କୁକୁର ଏଭଳି ପ୍ରାଣୀଙ୍କ ନାଁରେ ବିଲ୍ କରିବା ତାହା କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି କର୍ପୋରେଟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.