ନବରଙ୍ଗପୁରରେ ବିଜେଡିର ମିଶ୍ରଣ ପର୍ବ, ଖଙ୍ଖ ଫୁଙ୍କିଲେ 100ରୁ ଊର୍ଦ୍ଧ୍ବ ଛାତ୍ର ଓ ନେତା - BJD Joining Program

By ETV Bharat Odisha Team

Published : Apr 14, 2024, 1:16 PM IST

thumbnail

BJD JOINING PROGRAM: ନବରଙ୍ଗପୁର: ସାଧାରଣ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଶସକ୍ତ ହେଉଛି ବିଜେଡି । ମିଶ୍ରଣ ପର୍ବରେ ଛାତ୍ର ବିଜେଡିରେ ସାମିଲ ହେଲେ ଶହରୁ ଊର୍ଦ୍ଧ୍ବ ଯୁବକ ଓ ଛାତ୍ର । ଏଥିସହ ଖାଲି ପଡିଥିବା ଛାତ୍ର ବିଜେଡ଼ି ନଗର ସଭାପତି ପଦବୀ ମଧ୍ୟ ପୂରଣ କରାଯାଇଛି । ଛାତ୍ର ନେତା ଏ ମୂରଲୀ କ୍ରୀଷ୍ଣାଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଅଭିନାଶ ମହାପାତ୍ର ଏହି ପଦବୀରେ ଥିବାବେଳେ ସେ ଚାକିରି ପାଇବା ପରେ ଉକ୍ତ ପଦବୀ ଖାଲି ପଡିଥିଲା ନୂତନ ଭାବେ ବିଜେଡିରେ ଯୋଗ ଦେଇଥିବା କ୍ରୀଷ୍ଣା ଓ ତାଙ୍କ ସମର୍ଥକ ମାନଙ୍କୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ବିଧାୟକ ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ, ନଗର ସଭାପତି ପ୍ରମୋଦ ରଥ ଦଳକୁ ସ୍ବାଗତ କରିଥିଲେ । ଯୁବକ ମାନେ ଆଗାମୀ ପିଢିର ଭବିଷ୍ୟତ ଏବଂ ଏକ ଶସକ୍ତ ଓଡ଼ିଶା ଗଠନ କରିବା ପାଇଁ ହେଲେ ଯୁବ ଓ ଛାତ୍ରଙ୍କ ଅବଦାନ ନିହାତି ରହିବା ଦରକାର ବୋଲି କହିଥିଲେ ପ୍ରଦୀପ ମାଝୀ । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ଏହି ମିଶ୍ରଣ ପର୍ବ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.