ETV Bharat / politics

ବିଜେଡିରେ ଯୋଗ ଦେଲେ ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ - BJD JOINING PROGRAMME

author img

By ETV Bharat Odisha Team

Published : Apr 10, 2024, 9:53 PM IST

BJP Leaders Join BJD: ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ, ବରିଷ୍ଠ ନେତା ସ୍ବରମ୍ୟ ବବି ମିଶ୍ର ଏବଂ ବିନୋଦ ବିହାରୀ ନାଗ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ବିଜେଡିରେ ଯୋଗ ଦେଲେ ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ
ବିଜେଡିରେ ଯୋଗ ଦେଲେ ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ

ବିଜେଡିରେ ଯୋଗ ଦେଲେ ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ

ଭୁବନେଶ୍ବର: ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବତନ ବଲାଙ୍ଗୀର ସାଂସଦ ତଥା ବଲାଙ୍ଗୀର ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଭାସଙ୍କ ସହିତ ଅନ୍ୟ ଦୁଇ ବରିଷ୍ଠ ନେତା ସ୍ବରମ୍ୟ ବବି ମିଶ୍ର ଏବଂ ବିନୋଦ ବିହାରୀ ନାଗ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେପି ଛାଡି ସେମାନେ ବିଜେଡିରେ ମିଶି ଦଳର ଶକ୍ତି ବୃଦ୍ଧି ହୋଇଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସେମାନଙ୍କୁ ସେ ଦଳକୁ ସ୍ବାଗତ କରିଛନ୍ତି । ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ କହିଛନ୍ତି ଯେ, ନୂଆ ଆକାରରେ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ବିଜେଡି ପରିବାରକୁ ସ୍ବାଗତ । ବିଜେପି ପାଇଁ ଅନେକ କାମ କରିଥିଲେ । ଆମ ସହ ମିଶି ସେମାନେ ସାମାଜିକ, ଶିକ୍ଷା, ସାହିତ୍ୟରେ ସହଯୋଗ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ପ୍ରେରଣାରେ ସେ ମିଶିଛନ୍ତି । ମିଶିକି ବଲାଙ୍ଗୀର ବିକାଶ କରିବୁ ।

ଏହା ମଧ୍ୟ ପଢନ୍ତୁ ... ବିଜେପିରେ ରାଣୀ ସୁଜ୍ଞାନୀ ଦେଓଙ୍କ ଶତାଧିକ ସମର୍ଥକ, ପୀତବାସ ଓ ସୀତାରାମ ବି ଧରିଲେ ପଦ୍ମ - BJP Joining Program

ବିଜେଡ଼ିରେ ସାମିଲ ହୋଇଥିବା ପ୍ରଭାସ ପାଣିଗ୍ରାହୀ କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଜନପ୍ରିୟ କାର୍ଯ୍ୟ ଦ୍ବାରା ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି । ବଡ଼ ହୃଦୟ ଓ ଭାବପ୍ରବଣତାକୁ ନେଇ ବିଜେଡିରେ ସାମିଲ ହୋଇଛି । ଦଳରେ ମୁଁ ଭାଇ ପରି ସେବା କରିବି । ବଲାଙ୍ଗୀର ରାଜନୀତି ପାଇଁ କହିବି ଯେ ୨୦୨୯ରେ ବିଜେପିକୁ ୫୦ ବର୍ଷ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଉଛନ୍ତି କଂଗ୍ରେସ ମୁକ୍ତ ଭାରତ । ହେଲେ ବଲାଙ୍ଗୀରରେ କଂଗ୍ରେସ ଯୁକ୍ତ ବିଜେପି ରହିଛି । ଯେଉଁଥିପାଇଁ ମୁଁ ବିଜେପି ଛାଡ଼ିଲି । ବିଜେଡିରେ ଶ୍ରଦ୍ଧା, ପ୍ରେମ ଓ ଭକ୍ତିର ଆଶା ରଖିଛି । ନବୀନ ପଟ୍ଟନାୟକଙ୍କ କାମରେ ସହାଭାଗିତା ନେଇ କାମ କରିବି ଓ ସ୍ବାଭିମାନ ନେଇ ଦଳରେ ମିଶିଲି । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.