ETV Bharat / state

ବିଜେପିରେ ରାଣୀ ସୁଜ୍ଞାନୀ ଦେଓଙ୍କ ଶତାଧିକ ସମର୍ଥକ, ପୀତବାସ ଓ ସୀତାରାମ ବି ଧରିଲେ ପଦ୍ମ - BJP Joining Program

author img

By ETV Bharat Odisha Team

Published : Apr 10, 2024, 6:40 PM IST

BJP Joining Program: ଗଞ୍ଜାମରେ ବଢ଼ିଲା ବିଜେପି ଶକ୍ତି । ଦଳରେ ସାମିଲ ହେଲେ ପୂର୍ବତନ ବିଧାୟିକା ତଥା ରାଣୀ ସ୍ବର୍ଗତ ସୁଜ୍ଞାନୀ ଦେଓଙ୍କ ଶତାଧିକ ସମର୍ଥକ । ବରିଷ୍ଠ ନେତା ପୀତବାସ ପଣ୍ଡା ଓ ବିଜେଡି ଛଡ଼ିଥିବା ସୀତାରାମ ପାଣିଗ୍ରାହୀ ବି ଧରିଲେ ପଦ୍ମ । ଅଧିକ ପଢ଼ନ୍ତୁ

BJP Joining Program
BJP Joining Program

BJP Joining Program

ଭୁବନେଶ୍ବର/ଗଞ୍ଜାମ : ବିଜେଡି ପାଇଁ ଖଲ୍ଲିକୋଟରେ ବଢିଲା ଅଡୁଆ । ସୂର୍ଯ୍ୟମଣୀ ବୈଦଙ୍କୁ ପ୍ରାର୍ଥୀ କରିବା ପରେ ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟିକା ତଥା ରାଣୀ ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ । ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଏକାଧିକ ପଞ୍ଚାୟତର ସରପଞ୍ଚ ନିଜ ନିଜର ସମର୍ଥକଙ୍କ ସହ ଆଜି ବିଜେପିରେ ସମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶିନୀଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି ।

ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷ କାଳୁରାମ ମହାରଣାଙ୍କ ନେତୃତ୍ବରେ ଆଜି ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ଏହାସହ ଖଲ୍ଲିକୋଟ ଏବଂ ଚିକିଟିର ଏକାଧିକ ସରପଞ୍ଚ, ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ୨୦୧୪ ନିର୍ବାଚନରେ କବିସୂର୍ଯ୍ୟନଗରର କଂଗ୍ରେସ ବିଧୟାକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ସେ ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ଆଜି ଶତାଧିକ କର୍ମୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ପିସିସି ମୁଖପାତ୍ର ପୀତବାସ ପଣ୍ଡାଙ୍କ ସହ ଗଞ୍ଜାମ ବାର କାଉନସିଲ୍‌ର ଏକାଧିକ ଆଇନଜୀବୀ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରଦୀପ ପାଣିଗ୍ରାହୀ - Election 2024

ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଗତ ୧୦ ବର୍ଷର ମୋଦି ଶାସନରେ ଭାରତବର୍ଷର ଗାରିମା ବିଶ୍ବ ଦରବାରରେ ବୃଦ୍ଧି ପାଇଛି । ପ୍ରତ୍ୟେକଟି କ୍ଷେତ୍ରରେ ଭାରତବର୍ଷର ବିକାଶ ହୋଇଛି । ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ମୋଦି ନେଇଛନ୍ତି ଏବଂ ଏଥିପାଇଁ କାର୍ଯ୍ୟରତ । ମାତ୍ର ୨୪ ବର୍ଷର ଅପାରଗ ଓ ସ୍ଥାଣୁ ବିଜେଡି ସରକାର ପାଇଁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହୋଇଛି । ବିକାଶ ନାଁରେ ବିନାଶର ରାଜନୀତି କରୁଛି ବିଜେଡି । ମୋଦି ଗ୍ୟାରେଣ୍ଟିର ସୁଲଭ ସମଗ୍ର ଦେଶରେ ଅନୁଭବ ହେଉଥିବାବେଳେ ବିଜେଡି ସରକାର କାରଣରୁ ଓଡିଶାବାସୀ ବଞ୍ଚିତ ହୋଇଛନ୍ତି । ମୋଦି ଗ୍ୟାରେଣ୍ଟିକୁ ପ୍ରତ୍ୟେକ ଓଡିଶାବାସୀଙ୍କ ନିକଟରେ ପହଞ୍ଚାଇବା । ଆମେ ସମସ୍ତେ ଏକାଠି ହେବା ଏବଂ ଓଡିଶାରେ ବିଜେପିର ଡବଲ୍‌ ଇଞ୍ଜିନ ସରକାର ଗଠନ କରିବା । ମୋଦିଙ୍କ ପ୍ରତି ଓଡିଶାବାସୀଙ୍କ ଭଲ ପାଇବା ପ୍ରତିଦିନ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟେକ ଦିନ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ହଜାର ହଜାର ସଂଖ୍ୟାରେ କର୍ମୀମାନେ ବିଜେପିରେ ସାମିଲ ହେଉଛନ୍ତି ।" ଏହି ଧାରା ଜାରି ରହିବ ଏବଂ ଓଡିଶାରେ ଏଥର ବିଜେପି ସରକାର ସୁନିଶ୍ଚିତ ବୋଲି ମନମୋହନ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.