ଭଦ୍ରକରେ ସିରିଜ୍ ଦୁର୍ଘଟଣା, ଜଣେ ବାଇକ ଆରୋହୀ ମୃତ

By ETV Bharat Odisha Team

Published : Feb 2, 2024, 11:05 PM IST

thumbnail

Series Accident: ଭଦ୍ରକ: ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା । ତିନୋଟି ଗାଡି ପରସ୍ପରକୁ ଧକ୍କା ଦେଇଥିବା ବେଳେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଭଣ୍ଡାରିପୋଖରୀ ପାଳଦା ଉତ୍ତରବାଡ଼ ଅଞ୍ଚଳର ରାଜକିଶୋର ସାହୁ ବୋଲି ଜଣାପଡିଛି । ସେ ବିଦ୍ୟୁତ ଅଫିସରେ କାର୍ଯ୍ୟ କରୁଥିଲେ । ଆଜି ସେ ଘରୁ ଅଫିସକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । 

ଖବର ଅନୁଯାୟୀ ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଟ୍ରଲରକୁ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଇଥିଲା । ପରେ ଟ୍ରଲରଟି ରାସ୍ତା କଡ଼ରେ ଛିଡା ହୋଇଥିବା ଏକ କାରକୁ ଧକ୍କା ଦେଇଥିଲା । ଏହାପରେ ରାଜପଥ ପାର୍ଶ୍ଵରେ ଥିବା ଏକ ଇଟା ଫ୍ୟାକ୍ଟ୍ରି ଭିତରେ ପଶି ଯାଇଥିଲା । ଏହି ସମୟରେ ରାଜକିଶୋରଙ୍କ ବାଇକ ଆରୋହୀଙ୍କ ଉପରେ ମଧ୍ୟ ଗାଡି ଚଢିଯିବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଘଟଣାସ୍ଥଳରେ ଚାପାଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାରକୁ ଥଇଥାନ ଦାବିରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ପୋଲିସ ଏବଂ ପ୍ରସଶାନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.