ଖୋଲିଲା ବଦ୍ରିନାଥ ମନ୍ଦିର କବାଟ, 6 ମାସ ଯାଏଁ ଦର୍ଶନ କରିପାରିବେ ଭକ୍ତ - BADRINATH

By ETV Bharat Odisha Team

Published : May 12, 2024, 9:41 AM IST

thumbnail
Badrinath Dham (ETV BHARAT ODISHA)

ଡେରାଡୁନ: ଦେବଭୂମିରେ ଆରମ୍ଭ ହୋଇଯାଇଛି ଚାରିଧାମ ଯାତ୍ରା । ବାବା କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ ଖୋଲିବା ପରେ ଆଜି ବଦ୍ରିନାଥଙ୍କ ମନ୍ଦିର କବାଟ ଖୋଲିଛି । ବଦ୍ରିନାଥଙ୍କ ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି । କ୍ବିଣ୍ଟାଲ କ୍ବିଣ୍ଟାଲ ଫୁଲରେ ମନ୍ଦିରକୁ ସଜାଯାଇଛି । ଆଜି ସକାଳ 6ଟାରେ ରୀତିନୀତି ଅନୁଯାୟୀ ପୂଜାପାଠ ପରେ ମନ୍ଦିର କବାଟ ଖୋଲାଯାଇଥିଲା । ଆସନ୍ତା  6ମାସ ପର୍ଯ୍ୟନ୍ତ ବଦ୍ରିନାଥ ଧାମରେ ​​ଭଗବାନ ବଦ୍ରି ବିଶାଲଙ୍କ ଦର୍ଶନ  କରିପାରିବେ ଭକ୍ତ ।  ବଦ୍ରିଧାମରେ ​​ଭଗବାନ ବଦ୍ରିନାରାୟଣଙ୍କର 5ଟି ରୂପକୁ ପୂଜା କରାଯାଏ । ଭଗବାନ ବିଷ୍ଣୁଙ୍କର ଏହି ପାଞ୍ଚଟି ରୂପ 'ପଞ୍ଚ ବଦ୍ରି' ଭାବରେ ଜଣାଶୁଣା । ବଦ୍ରିନାଥ ଧାମର ମୁଖ୍ୟ ମନ୍ଦିର ବ୍ୟତୀତ ଅନ୍ୟ ଚାରିଟି ବଦ୍ରି ମନ୍ଦିର ମଧ୍ୟ ଏଠାରେ ରହିଛି, କିନ୍ତୁ ଏହି ପାଞ୍ଚଟି ମଧ୍ୟରେ ବଦ୍ରିନାଥ ମୁଖ୍ୟ ମନ୍ଦିର ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.