ETV Bharat / bharat

ଖୋଲିଲା କେଦାରନାଥ ମନ୍ଦିର; ଦେବଭୂମିରେ ଆରମ୍ଭ ହେଲା ଚାରିଧାମ ଯାତ୍ରା - Chardham Yatra 2024

author img

By ETV Bharat Odisha Team

Published : May 10, 2024, 11:48 AM IST

Kedarnath Temple Kapat Open: ଆଜିଠୁ ଦେବଭୂମି ଉତ୍ତରାଖଣ୍ଡରେ ଆରମ୍ଭ ହେଲା ଚାରିଧାମ ଯାତ୍ରା । ଖୋଲିଲା ବାବା କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ । ଅଧିକ ପଢନ୍ତୁ

CHARDHAM YATRA
CHARDHAM YATRA (ETV Bharat Odisha)

CHARDHAM YATRA (ETV Bharat Odisha)

ଡେରାଡୁନ: ଦେବଭୂମିରେ ଆରମ୍ଭ ହେଲା ଚାରିଧାମ ଯାତ୍ରା । ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର କବାଟ । ହର ହର ମହାଦେହ, ମନ୍ତ୍ର ପାଠ ଓ ଶଙ୍ଖ ନାଦରେ କମ୍ପୁଛି ମନ୍ଦିର ପରିସର । 24 କ୍ୱିଣ୍ଟାଲ ଫୁଲରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ବାବାଙ୍କ ଦର୍ଶନ ପାଇଁ କେଦାରନାଥ ଧାମରେ ଭକ୍ତଙ୍କ ପ୍ରବଳ ଗହଳି ଜମିଛି । ସକାଳ 7ଟା 15 ମିନିଟରେ ଭକ୍ତଙ୍କ ପାଇଁ ବାବାଙ୍କ ଦ୍ବାର ଖୋଲିଥିଲା । ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ, କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ, ମୁଖ୍ୟ ପୁରୋହିତ ଶିବ ଶଙ୍କର ଲିଙ୍ଗାଙ୍କ ଉପସ୍ଥିତିରେ କବାଟ ଖୋଲାଯାଇଥିଲା । ଆଜି ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ ମଧ୍ୟ ଖୋଲିଛି ।

କେଦାରନାଥ ମନ୍ଦିର ଖୋଲିଲା: ମନ୍ଦିର ପ୍ରଶାସନର ଉପସ୍ଥିତିରେ ମୁଖ୍ୟ ଦ୍ୱାରର ତାଲା ଖୋଲା ଯାଇଥିଲା । ଏହାପରେ ଗର୍ଭଗୃର ଦ୍ୱାର ଖୋଲା ହୋଇଥିଲା । ମୁଖ୍ୟ ପୁରୋହିତ ପୂଜା କରିବା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ବାବା କେଦାରନାଥଙ୍କୁ ଦର୍ଶନ କରିପାରିବେ । ଶନିବାର ଦିନ କେଦାରନାଥ ଧାମରେ ପ୍ରଭୁ ଭୈରବନାଥଙ୍କ ଦ୍ୱାର ଖୋଲାଯିବା ସହିତ କେଦାରନାଥ ମନ୍ଦିରରେ କେଦାରଙ୍କ ଆରତୀ ଏବଂ ପ୍ରସାଦ ବ୍ୟବସ୍ଥା ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ-Snowfall: ଧଳା ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଓ କେଦାରନାଥ ଧାମ

ମେ' 9ରେ ପହଞ୍ଚିଲା ବାବାଙ୍କ ଡୋଲି: ଗତ ଗୁରୁବାର ଦିନ କେଦାରନାଥଙ୍କ ଡୋଲି ମନ୍ଦିରରେ ପହଞ୍ଚିଥିଲା । ଏହାପରେ ଡୋଲିକୁ ମନ୍ଦିରରେ ସ୍ବାଗତ କରାଯାଇଥିଲା । କେଦାରନାଥଙ୍କ ଚଳନ୍ତି ପ୍ରତିମା ପଞ୍ଚମୁଖୀ ଡୋଲି ଚାରିଦିନ ଧରି ପଦଯାତ୍ରା କରିବା ପରେ ଗୁରୁବାର ଅପରାହ୍ନ ପ୍ରାୟ 3ଟା ସମୟରେ କେଦାରନାଥ ଧାମରେ ​​ପହଞ୍ଚିଥିଲା ।

ପ୍ରଥମ ଦିନରେ କେଦାରନାଥଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଆଜି ମନ୍ଦିର ଖୋଲିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବାବାଙ୍କ ଦର୍ଶନ କରିଥିଲେ । ଏହାପରେ ସେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ହୋଇଥିବା ବ୍ୟବସ୍ଥା ଯାଞ୍ଚ କରିଥିଲେ । ସକାଳ 6.40ରେ ହେଲିକପ୍ଟର ଯୋଗେ କେଦାରନାଥ ଧାମରେ ​​ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଧାମୀ ।

ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଯାତ୍ରା ଆରମ୍ଭ: ବାବା କେଦାରନାଥଙ୍କ ମନ୍ଦିର ଦ୍ୱାର ଖୋଲିବା ସହ ଆଜିଠାରୁ କେଦାରନାଥ ଯାତ୍ରା ଆରମ୍ଭ ହୋଇଛି । ଏଥିସହ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର ଖୋଲିଥିବାରୁ ଏହି ସ୍ଥାନକୁ ମଧ୍ୟ ଯାତ୍ରା ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ ପ୍ରତିଦିନ ବାବାଙ୍କୁ ଦର୍ଶନ କରିପାରିବେ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.