Snowfall: ଧଳା ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଓ କେଦାରନାଥ ଧାମ

By ETV Bharat Odisha Team

Published : Nov 11, 2023, 8:51 PM IST

thumbnail

ଡେରାଡୁନ: ଉତ୍ତରାଖଣ୍ଡର ପାହାଡି ଅଞ୍ଚଳରେ ଜାରି ରହିଛି ତୁଷାରପାତ । ଚମୌଲି ଜନପଦ ଅଞ୍ଚଳରେ ଗୁରୁବାର ପାଗରେ ପରିବର୍ତ୍ତନ ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି (ଶନିବାର) ବଦ୍ରିନାଥ ଓ କେଦାରନାଥ ଧାମରେ ଆରମ୍ଭ ହୋଇଛି ତୁଷାରପାତ । ଫଳରେ ଏହି ୨ ପ୍ରସିଦ୍ଧ ଧାର୍ମକ ସ୍ଥଳ ଏବେ ଧଳା ଚାଦର ସଦୃଶ ଶୁଭ୍ର ରଙ୍ଗର ବରଫରେ ଆଚ୍ଛାଦିତ ହୋଇଛି । ସେପଟେ ବଦ୍ରିନାଥରେ ଲଗାତାର ଭାବେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷର ଯାତ୍ରା ଶେଷ ହେବା ପୂର୍ବରୁ ବାବା ବଦ୍ରିନାଥଙ୍କ ଦର୍ଶନ ଲାଗି ଧାମରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ଆସନ୍ତା ନଭେମ୍ବର ୧୮ ତାରିଖରେ ଅପରାହ୍ନ ୩ଟା ୩୩ ମିନିଟରେ ବଦ୍ରିନାଥଙ୍କ କପାଟ ଶୀତକାଳ ପାଇଁ ବନ୍ଦ ହେବ । ଏହାପରେ ଯୋଶୀମଠ ଠାରେ ବାବା ବଦ୍ରିନାଥ ୬ମାସ ପର୍ଯ୍ୟନ୍ତ ପୂଜା ପାଇବେ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଠାରେ ତୁଷାରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତୀର୍ଥଯାତ୍ରା ସାଙ୍ଗକୁ ତୁଷାରପାତ ଯୋଗୁଁ ପ୍ରକୃତିର ଉପଭୋଗ କରିଛନ୍ତି ଶ୍ରଦ୍ଧାଳୁ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.