ETV Bharat / bharat

ପ୍ରଚାର ଶେଷ ଦିନ ମୈଦାନରେ ନୁହେଁ, ପିତାମାତାଙ୍କ ସହ କାହିଁକି ରହିଲେ କେଜ୍ରିୱାଲ - Delhi Police Interrogatation

author img

By ETV Bharat Odisha Team

Published : May 23, 2024, 3:55 PM IST

Swati Maliwal case: ମେ 25 ତାରିଖ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଏପଟେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ପ୍ରଚାର ମୈଦାନ ପରିବର୍ତ୍ତେ କାହିଁକି ନିଜ ପିତାମାତାଙ୍କ ସହ ନିଜ ବାସଭବନରେ ଅଛନ୍ତି ? ଜାଣନ୍ତୁ

Delhi CM Arvind Kejriwal
Delhi CM Arvind Kejriwal (ETV Bharat)

ନୂଆଦିଲ୍ଲୀ: ମେ 25 ତାରିଖ ତଥା ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀର ସମସ୍ତ 7 ଲୋକସଭା ଆସନରେ ପଡ଼ିବ ଭୋଟ । ଏଥିଲାଗି ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହେଉଛି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଚାର ଶେଷ ଦିନରେ ନିର୍ବାଚନୀ ମୈଦାନରେ ପରିବର୍ତ୍ତେ ନିଜ ଘରେ ଅଛନ୍ତି । ପିତାମାତା ଓ ପତ୍ନୀଙ୍କ ସହିତ ସେ ନିଜ ବାସଭବନରେ ଅଛନ୍ତି ।

ପୂର୍ବ ମହିଳା ଆୟୋଗ ଅଧ୍ୟକ୍ଷା ତଥା ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ । ଏ ନେଇ ଖୋଦ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ନିଜ X ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆପ୍‌ ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ପହଞ୍ଚିଛନ୍ତି । ତେବେ ସଦ୍ୟ ସୂଚନା ଅନୁସାରେ ଦିଲ୍ଲୀ ପୋଲିସ ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀଙ୍କ ପିତାମାତାଙ୍କୁ ପଚରାଉଚରା କରିବ ନାହିଁ । ପିତାମାତା ତଦନ୍ତ ଘେରକୁ ଆସିଥିବାରୁ ପ୍ରଚାର କରିବା ପରିବର୍ତ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ପିତାମାତାଙ୍କ ସହିତ ଘରେ ଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ରାଜନୀତିରେ ସୁନୀତାଙ୍କ ଏଣ୍ଟ୍ରି ଚର୍ଚ୍ଚା, ପତ୍ନୀଙ୍କୁ ନେଇ ଏମିତି କହିଲେ କେଜ୍ରିୱାଲ

ଆପ୍‌ ସାଂସଦ ସ୍ବାତୀ ମାଲିୱାଲ ଗତ ମେ 13 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବା ଲାଗି ତାଙ୍କ ବାସଭବନକୁ ଯାଇଥିବା ବେଳେ ସେଠାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ଦିଲ୍ଲୀ ସିଭିଲ ଲାଇନ ଥାନାରେ ଅଭିଯୋଗ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କୁ ଗୋଇଠା, ଚାପୁଡ଼ା ମାରିଥିବା ସେ ଅଭିଯୋଗ କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ଗିରଫ ମଧ୍ୟ କରିସାରିଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ବିଭବ କୁମାରଙ୍କୁ 5 ଦିନିଆ ରିମାଣ୍ଡରେ ମଧ୍ୟ ନେଇଛି ।

ଏହା ବି ପଢନ୍ତୁ-ସ୍ବାତୀ ମାଲିଓ୍ବାଲ ମାମଲା: ବିଭବ କୁମାରଙ୍କୁ ମୁମ୍ବାଇ ନେଲା ପୋଲିସ

ଏହି ମାମଲାରେ ବୁଧବାର କେଜ୍ରିୱାଲଙ୍କୁ ପିତାମାତାଙ୍କୁ ପଚରାଉଚରା କରିବା ଲାଗି ଦିଲ୍ଲୀ ପୋଲିସ ସୂଚିତ କରିଥିଲା । ମୁଖ୍ୟମନ୍ତ୍ରୀ ଏଥିରେ ସହଯୋଗ କରିବେ ବୋଲି କହିଥିଲେ । ଏଥିଲାଗି ସେ ଆଜି ମଧ୍ୟ ପ୍ରଚାର କରିବା ପରିବର୍ତ୍ତେ ନିଜ ପିତାମାତାଙ୍କ ସହିତ ବାସଭବନରେ ଅଛନ୍ତି । ଏ ନେଇ ଆପ୍‌ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, " ମୋଦି ସରକାର ଘୃଣା ରାଜନୀତିରେ ଏତେ ଆଗକୁ ଚାଲିଯାଇଛନ୍ତି ଯେ, ଶେଷରେ କେଜ୍ରିୱାଲଙ୍କ ବୃଦ୍ଧ ପିତାମାତାଙ୍କୁ ମଧ୍ୟ ନିର୍ଯାତିତ କରୁଛନ୍ତି । ତାଙ୍କ ପିତାଙ୍କ ବୟସ 84ବର୍ଷ । ସେ ବିନା ଆଶାବାଡ଼ିରେ ଚାଲି ମଧ୍ୟ ପାରନ୍ତିନି । ସେପଟେ ତାଙ୍କ ମା'ଙ୍କ ବୟସ 76ବର୍ଷ । କିଛି ଦିନ ପୂର୍ବରୁ ତାଙ୍କର ଅପରେସନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତ୍ୟାଚାର ଦିଲ୍ଲୀବାସୀଙ୍କ ସମେତ ସାରା ଦେଶ ଦେଖୁଛି ।"

ETV Bharat Odisha
ETV Bharat Odisha (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.