ETV Bharat / state

ସମ୍ବଲପୁରରେ ଲଜ୍ଜା, ଶିଶୁ କନ୍ୟାକୁ ଦୁଷ୍କର୍ମ ! - SAMBALPUR MINOR RAPE

author img

By ETV Bharat Odisha Team

Published : Apr 29, 2024, 12:55 PM IST

Etv Bharat
Etv Bharat

Minor Girl Rape Case: 6 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ

ସମ୍ବଲପୁର: ସମ୍ବଲପୁରରେ ଲଜ୍ଜା । ଶିଶୁ କନ୍ୟାକୁ ବି ଛାଡିଲେନି । 6 ବର୍ଷର ଶିଶୁ କନ୍ୟାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ । ଶିଶୁର ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସା ନିମନ୍ତେ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା, ଚାଷଜମିରୁ ମିଳିଲା ମୃତଦେହ

ମିଳିଥିବା ସୂଚନା ଅନୁସାରେ, ଶିଶୁ କନ୍ୟାଟି ମହୁଲପାଲି ଥାନା ଅଞ୍ଚଳକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ସହ ସୁନ୍ଦରଗଡ଼ରୁ ଆସିଥିଲେ l ଗତ ଶନିବାର ରାତିରେ ବାହାଘର ନାଚଗୀତ ଚାଲିଥିବା ସମୟରେ ଅଭିଯୁକ୍ତ ଯୁବକ ଜଣଙ୍କ ଏକ ନିଛାଟିଆ ସ୍ଥାନକୁ ଶିଶୁଟିକୁ ନେଇଯାଇ ଦୁଷ୍କର୍ମ କରିଥିଲା । ଏହାପରେ ପରିବାର ଲୋକେ ଶିଶୁକନ୍ୟାକୁ ବହୁ ଖୋଜାଖୋଜି କରିବା ପରେ ଏକ ପରିତ୍ୟକ୍ତ ସ୍ଥାନରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ କୁଚିଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ l ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରା ଯାଇଥିଲା l ବୁର୍ଲାରେ ବର୍ତ୍ତମାନ ଶିଶୁଟିର ଚିକିତ୍ସା ଜାରି ରହିଛି l ମହୁଲପାଲି ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି । ଅନ୍ୟପଟେ ଶିଶୁଟିର ଅବସ୍ଥା ଜାଣିବା ପାଇଁ ଅତିରିକ୍ତ ଏସପି, କୁଚିଣ୍ଡା ଏସଡ଼ିପିଓ ଓ ବୁର୍ଲା ଥାନା ଅଧିକାରୀ ଭୀମସାର ମେଡିକାଲରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସୋସିଆଲ ମିଡିଆରୁ ବନ୍ଧୁତା ପରେ ଦୁଷ୍କର୍ମ ! ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ନାବାଳିକା ଉଦ୍ଧାର

ଦିନକୁ ଦିନ ମହିଳାଙ୍କ ପ୍ରତି ବଢ଼ି ଚାଲିଛି ନିର୍ଯାତନା । ବାରମ୍ବାର ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି । ଶିଶୁକନ୍ୟାଙ୍କୁ ମଧ୍ୟ ଦୁଷ୍କର୍ମ କରାଯଉଥିବା ଘଟମା ମାନ ସାମ୍ନାକୁ ଆସୁଛି । ଗତ ଫେବୃଆରୀ ମାସରେ କଟକ ପୋପରଡା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ପୀଡିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ କରିଥିଲା ପୋଲିସ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.