ETV Bharat / bharat

ସୋସିଆଲ ମିଡିଆରୁ ବନ୍ଧୁତା ପରେ ଦୁଷ୍କର୍ମ ! ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ନାବାଳିକା ଉଦ୍ଧାର

author img

By ETV Bharat Odisha Team

Published : Feb 28, 2024, 10:36 PM IST

Girl Raped By Friend She Met Online, Found Unconscious Near Delhi Metro:ସୋସିଆଲ ମିଡିଆରୁ ବନ୍ଧୁତା ପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଦିଲ୍ଲୀର ଏକ ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ଉଦ୍ଧାର । ଅଧିକ ପଢନ୍ତୁ

ସୋସିଆଲ ମିଡିଆରୁ ବନ୍ଧୁତା ପରେ ଦୁଷ୍କର୍ମ! ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ନାବାଳିକା ଉଦ୍ଧାର
ସୋସିଆଲ ମିଡିଆରୁ ବନ୍ଧୁତା ପରେ ଦୁଷ୍କର୍ମ! ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ନାବାଳିକା ଉଦ୍ଧାର

ନୂଆଦିଲ୍ଲୀ: ପଣି ରାଜଧାନୀରେ ଅସୁରକ୍ଷିତ ମହିଳା । ସୋସିଆଲ ମିଡିଆରୁ ବନ୍ଧୁତା ପରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦାବ୍ରୀ ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସାଗରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡିତା ଓ ତାଙ୍କ ସମ୍ପର୍କୀୟଙ୍କ ବୟାନ ଓ ପ୍ରାଥମିକ ତଦନ୍ତରେ ମିଳିଥିବା ସୂଚନା ଅନୁସାରେ, ନାବାଳିକା ସହ ସୋସିଆଲ ମିଡିଆରେ ବନ୍ଧୁତା କରିଥିବା ଜଣେ ନାବାଳକ ଏହି କାଣ୍ଡ ଭିଆଇଥିବା କଥା ସାମ୍ନାକୁ ଆସିଛି ।

ଘଟଣାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି । ଅଭିଯୋଗ ଅନୁସାରେ, ନାବାଳିକା କିଛି ଦିନ ପୂର୍ବରୁ ଜଣେ ନାବାଳକ ସହ ସୋସିଆଲ ମିଡିଆରେ ବନ୍ଧୁତା ହୋଇଥିଲା । କିଛି ଦିନ ଉଭୟ ସୋସିଆଲ ମିଡିଆ ଜରିଆରେ କଥାବାର୍ତ୍ତା ହେବା ପରେ ଦେଖା ହେବା ପାଇଁ ଚାହିଁଲେ । ନାବାଳିକା ଜଣକ କୌଣସି ଏକ ସ୍ଥାନରେ ନାବଳକକୁ ଭେଟିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା । ନାବାଳକଟି ଫେରାର ହୋଇଯାଇଥିଲା । ନାବାଳିକାଜଣକ ଏକ ଅଟୋରେ ଘରକୁ ଫେରୁଥିବା ଚେତା ହରାଇ ଦେବ୍ରୀ ମେଟ୍ରୋ ଷ୍ଟେସନ ନିକଟରେ ପଡିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ ବ୍ୟବହାର କରୁଛି ନବୀନ ସରକାର ! ଜବାବ ମାଗିଲା ନିର୍ବାଚନ ଆୟୋଗ

କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରୁ ନାବାଳିକାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରିଚୟ ସଂଗ୍ରହ କରି ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ପରେ ଦୁଷ୍କର୍ମ ସମ୍ପର୍କରେ ଜଣାପଡିଥିଲା । ନାବାଳିକା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି । ରେକର୍ଡ ହୋଇଥିବା ବୟାନ ଆଧାରରେ ସମ୍ପୃକ୍ତ ନାବାଳକକୁ ମଧ୍ୟ ପୋଲିସ ଚିହ୍ନଟ କରି ଅଟକ ରଖିଛି । ତାର ଡାକ୍ତରୀମାଇନା ପରେ ତାକୁ ସୁଧାରଗୃହକୁ ପଠାଯିବ ।

ତେବେ ସୋସିଆଲ ମିଡିଆରେ ସଠିକ ସୂଚନା ଓ ପରିଚୟ ବିନା ବନ୍ଧୁତା କରିବା ବର୍ତ୍ତମାନର ଯୁବପିଢି ଓ କୋମଳମତି ବୟସର ପିଲାଙ୍କ ପାଇଁ ବିଭିନ୍ନ ସମୟରେ ମହଙ୍ଗା ସାବ୍ୟସ୍ତ ହେଉଛି । ସୋସିଆଲ ମିଡିଆ ଅପରାଧ ମଧ୍ୟ ସାଇବର ସେଲର ଚିନ୍ତା ବଢାଇଲାଣି । ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଅନଲାଇନ ବ୍ୟାଙ୍କିଂ ଫ୍ରଡ ହେଉଛି । ତେଣୁ ଏହି ଦିଗରେ ପୋଲିସ ଓ ପ୍ରଶାସନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.