ETV Bharat / bharat

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା, ଚାଷଜମିରୁ ମିଳିଲା ମୃତଦେହ

author img

By ETV Bharat Odisha Team

Published : Feb 11, 2024, 10:52 AM IST

Etah girl rape murder: ଉତ୍ତରପ୍ରଦେଶ ଇଟୱା ଜିଲ୍ଲାରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା । ଚାଷଜମିରୁ ମିଳିଲା ମୃତଦେହ । ଅଧିକ ପଢନ୍ତୁ

Etah girl rape murder
୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା । ଚାଷଜମିରୁ ମିଳିଲା ନାବାଳିକାର ମୃତଦେହ । ଉତ୍ତରପ୍ରଦେଶ ଇଟୱା ଜିଲ୍ଲାର କୋତବାଲି ଅଞ୍ଚଳରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା । ଦୁଷ୍କର୍ମ ପରେ ପୀଡିତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, କୋତବାଲିର ଦେହାତ ଥାନା ଅଞ୍ଚଳର ଏକ ଗାଁରେ ଗତକାଲି(ଶନିବାର) ଅପରାହ୍ନରେ ୭ ବର୍ଷର ନାବାଳିକା ଖେଳିବାକୁ ଯାଇଥିଲା । କିନ୍ତୁ ହଠାତ୍‌ କେଉଁଆଡେ ନିଖୋଜ ହୋଇଯାଇଥିଲା । । ଏନେଇ ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ତା'ର କୌଣସି ପତ୍ତା ମିଳିନଥିଲା । ଏହାପରେ ସେମାନେ ସନ୍ଧ୍ୟା ବେଳେ ଥାନାରେ ଯାଇ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ଏକ ଟିମ୍ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ସନ୍ଧାନୀ କୁକୁରର ସହାୟତାରେ ରାତିରେ ଚାଷଜମିରୁ ପିଲାଟିର ମୃତଦେହ ଉଦ୍ଧାର କରାଯାଇଥିଲା ।

ଏନେଇ ମୃତ ନାବାଳିକାଙ୍କ ବାପା କହିଛନ୍ତି ଯେ, ଝିଅ ଗାଁର ଅନ୍ୟ ପିଲାଙ୍କ ସହିତ ଖେଳିବାକୁ ଯାଇଥିଲା । ହେଲେ ବିଳମ୍ବିତ ସମୟ ଯାଏଁ ସେ ଘରକୁ ଆଉ ନ ଫେରିବାରୁ ବ୍ୟସ୍ତ ହୋଇ ଖୋଜିଖୋଜି ଆରମ୍ଭ କରିଥିଲୁ । କିନ୍ତୁ କିଛି ପତ୍ତା ନ ମିଳିବାରୁ ପୋଲିସକୁ ସୂଚନା ଦେଇଥିଲୁ । ପୋଲିସ ଚାଷଜମିରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଛି । ଯଥାଶୀଘ୍ର ଘଟଣାର ପ୍ରକୃତ କାରଣ ଜଣାପଡିବ । ଯିଏ ଏହି ଘଟଣାରେ ସଂପକ୍ତ ଥିବ ତାହା ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- 4 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଖଟ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ

ସେହିପରି ନିକଟରେ ବୁଲନ୍ଦସହର ଜିଲ୍ଲା ଜାହାଙ୍ଗୀରବାଦ ଅଞ୍ଚଳରେ 4 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡେ ନିଖୋଜ ହୋଇଯାଇଥିଲା । ପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଅଭିଯୁକ୍ତ ଘରେ ଝିଅକୁ ଦେଖିବାକୁ ପାଇଥିଲେ । ଏହାପରେ ଘଟଣାସ୍ଥଳରେ ଗ୍ରାମବାସୀ ଏକାଠି ହୋଇ ଅଭିଯୁକ୍ତକୁ ମାଡ ମାରିବା ସହ ପୋଲିସର ଜିମା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.