ଓଡିଶା

odisha

ରେଶମ ସହରରେ ନବରାତ୍ରୀ ପୂଜା, ଉତ୍ସବମୁଖର ପୂଜା ମଣ୍ଡପ

By

Published : Oct 7, 2021, 8:57 AM IST

Updated : Oct 7, 2021, 10:47 AM IST

ବ୍ରହ୍ମପୁର: ସରକାରଙ୍କ କୋଭିଡ କଟକଣା ମଧ୍ୟରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ରେଶମ ସହର ବ୍ରହ୍ମପୁରରେ ଶୁଭାରମ୍ଭ ହୋଇଯାଇଛି ମା’ ଜଗତଜନନୀଙ୍କ ଶାରଦୀୟ ନବରାତ୍ର ପୂଜା । ମହାଳୟା ଅମାବାସ୍ୟାର ରାତ୍ର ଠାରୁ ମା’ଙ୍କ ଏହି ଶାରଦୀୟ ପୂଜା ଆୟୋଜିତ ହେଉଥିବା ବେଳେ ଆସନ୍ତା ମହାନବମୀ ପର୍ଯ୍ୟନ୍ତ ଏହା ଚାଲିବ । ବ୍ରହ୍ମପୁର ମହାନଗର ନିଗମର ନଅଟି ସ୍ଥାନରେ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ସହରର ସର୍ବପୁରାତନ ବ୍ୟାରେକ୍ସ ପୂଜା କମିଟି ଚଳିତ ବର୍ଷର ପୂଜାକୁ ମିଶାଇ ୫୯ ବର୍ଷରେ ପହଞ୍ଚିଥିବା ବେଳେ ଗତ ଦୁଇ ବର୍ଷ ଧରି କେବଳ କଟକଣା ମଧ୍ୟରେ ମା’ଙ୍କ ପୂଜା ଆୟୋଜନ କରାଯାଉଛି। ପୂଜାରେ କୈଣସି ଭକ୍ତଙ୍କୁ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇନାହିଁ। ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated :Oct 7, 2021, 10:47 AM IST

ABOUT THE AUTHOR

...view details