ଓଡିଶା

odisha

ଛାତ୍ର ବଦଳାଇଲେ ବିଦ୍ୟାଳୟର ରୂପରେଖ, ପରିବେଶ ସୁରକ୍ଷା ନେଇ ଦେଲେ ଅନନ୍ୟ ବାର୍ତ୍ତା

By ETV Bharat Odisha Team

Published : Oct 31, 2023, 1:04 PM IST

କୁନି ଚିତ୍ରକର ବଦଳାଇଦେଲେ ବିଦ୍ୟାଳୟର ରୂପରେଖ, ବୃକ୍ଷରୋପଣର ଦେଲେ ଅନନ୍ୟ ବାର୍ତ୍ତା

କୋରାପୁଟ:ବିଦ୍ୟାଳୟର ପରିସରକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ଓ ସୌନ୍ଦର୍ଯ୍ୟକରଣ ପାଇଁ କୋରାପୁଟର ଦାମନଯୋଡି ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରର ଅଧ୍ୟକ୍ଷଙ୍କ ଅଭିନବ ପ୍ରୟାସ । ନାଲ୍କୋ ପ୍ରଶାସନର ସହଯୋଗ ଓ ମାର୍ଗଦର୍ଶନ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ସେ ବିଦ୍ୟାଳୟର ପରିସରକୁ ସୌନ୍ଦର୍ଯ୍ୟକରଣ କରିବା ସହ ପ୍ଲାଷ୍ଟିକ ମୁକ୍ତ କରିପାରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । 

ଏହାମଧ୍ୟ ପଢନ୍ତୁ..କୋରାପୁଟରେ ଝୋଟି ଚିତ୍ରାଙ୍କନ ପ୍ରତିଯୋଗିତା, ଯୋଗଦେଲେ ସୁଦର୍ଶନ ପଟ୍ଟନାୟକ

ତେବେ କିଛି ଦିନ ପୂର୍ବେ ବିଦ୍ୟାଳୟରେ ପଲିଥିନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରି ବିଦ୍ୟାଳୟ ମଧ୍ୟକୁ ଏପରି ପଲିଥିନ ନଆଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଯେଭଳି ଅନୁପାଳନ କରିପାରିବେ, ଏଥିପାଇଁ ବିଦ୍ୟାଳୟ ତରଫରୁ ପ୍ରତି ଛାତ୍ରଛାତ୍ରୀଙ୍କୁ ଏକ ବ୍ୟାଗ ଦିଆଯାଇଛି । ଛାତ୍ରଛାତ୍ରୀ ସେମାନଙ୍କ ଜଳଖିଆ ଡବା, ପାଣି ବୋତଲ ପ୍ରଭୃତି ଆବଶ୍ୟକୀୟ ଜିନିଷ ସେହି ବ୍ୟାଗରେ ରଖି ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି । ଏଥିସହ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ତିନି ଜଣ ଛାତ୍ର ପ୍ରୀତମ ପାଲ, ସନ୍ତୋଷ ନାୟକ ଓ ପ୍ରଦୀପ ଗଦବା ସେମାନଙ୍କ ଚିତ୍ରକଳା ପ୍ରଦର୍ଶନ ମାଧ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ଵଚ୍ଛତା ଦିଗରେ ଅନୁପ୍ରାଣିତ କରିପାରିଛନ୍ତି ।  ପିଲାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚିତ୍ରର ସୌନ୍ଦର୍ଯ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷ ଚେତନା ସୃଷ୍ଟି କରାଉଥିବା ଦେଖିବାକୁ ମିଳିଛି । 
 

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details