ETV Bharat / state

କୋରାପୁଟରେ ଝୋଟି ଚିତ୍ରାଙ୍କନ ପ୍ରତିଯୋଗିତା, ଯୋଗଦେଲେ ସୁଦର୍ଶନ ପଟ୍ଟନାୟକ

author img

By

Published : Oct 7, 2021, 8:48 PM IST

କୋରାପୁଟ ବ୍ଲକର ପଦ୍ମପୁର ପଞ୍ଚାୟତରେ ପାରମ୍ପରିକ ଝୋଟି ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଲଳିତକଳା ଏକାଡେମୀ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ହେଲା କାର୍ଯ୍ୟକ୍ରମ । ଯୋଗଦେଲେ ଲଳିତକଳା ଏକାଡେମୀ ସଭାପତି ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

‘ଓଡ଼ିଶାର ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ସଂକଳ୍ପବଦ୍ଧ’
‘ଓଡ଼ିଶାର ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ସଂକଳ୍ପବଦ୍ଧ’

କୋରାପୁଟ: ଓଡ଼ିଶାର ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆଜି ଲଳିତକଳା ଏକାଡେମୀ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ କୋରାପୁଟ ବ୍ଲକର ପଦ୍ମପୁର ପଞ୍ଚାୟତରେ ଆୟୋଜିତ ପାରମ୍ପରିକ ଝୋଟି ଚିତ୍ରାଙ୍କନ ପ୍ରତିଯୋଗିତାରେ ଯୋଗଦେଇ ଏହି ମନ୍ତବ୍ୟ ରଖିଛନ୍ତି ସୁଦର୍ଶନ ।

‘ଓଡ଼ିଶାର ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ସଂକଳ୍ପବଦ୍ଧ’

କୋଭିଡ କଟକଣା ଲାଗୁ ହୋଇଥିବା ଯୋଗୁଁ ପ୍ରତିଯୋଗୀଙ୍କୁ ଏକତ୍ରିତ କରି ଗୋଟିଏ ସ୍ଥାନରେ ପ୍ରତିଯୋଗିତା ଆୟୋଜନ କରିବା ସମ୍ଭବ ହେଉନାହିଁ । ତେଣୁ 130 ଜଣ ପ୍ରତିଯୋଗୀ ମହିଳା ନିଜ ନିଜ ଘର ସାମନାରେ ଝୋଟି ଆଙ୍କି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏପରି ଭାବେ ଏକ ପ୍ରତଯୋଗିତାରେ ଯୋଗଦେଇ ପ୍ରତିଯୋଗୀ ମହିଳାମାନେ ମଧ୍ୟ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି । ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିିଥିଲା ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.