ଓଡିଶା

odisha

ସମୁଦ୍ର ଉପକୂଳକୁ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟ, ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା

By ETV Bharat Odisha Team

Published : Nov 19, 2023, 9:38 AM IST

ସମୁଦ୍ର ଉପକୂଳକୁ ପ୍ଲାଷ୍ଟିକ ମୁକ୍ତ କରିବା ନେଇ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା

ପୁରୀ:ସମୁଦ୍ର ଉପକୂଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବାଲୁକା ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତେବେ ଦିନକୁ ଦିନ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ସମୁଦ୍ର ଓ ବେଳାଭୂମିରେ ଲୋକମାନେ ପ୍ଲାଷ୍ଟିକ୍‌ ବୋତଲ ଓ ଅନ୍ୟାନ୍ୟ ଜରିଗୁଡ଼ିକୁ ଫୋଫାଡି ଦେଉଥିବା ବେଳେ ଏହାଦ୍ବାରା ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ବେଳେ ସମୁଦ୍ର ଜଳ ମଧ୍ୟ ପ୍ରଦୂଷିତ ହେଉଛି । ଯାହାକି ସାମୁଦ୍ରିକ ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏଣୁ ମାନବ ସମାଜ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବାକୁ ହେଲେ ପ୍ଲାଷ୍ଟିକ ବ୍ୟବହାର ଯଥା ସିଙ୍ଗଲ ୟୁଜ ବା ଏକକ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ବୈଜ୍ଞାନିକମାନେ ଆହ୍ଵାନ ଦେଲେଣି । 

ଏହାମଧ୍ୟ ପଢନ୍ତୁ..ନୀଳାଦ୍ରି ବିଚ୍‌ରେ ବିଶାଳ ବିଶ୍ବକପ୍‌ ଟ୍ରଫି, ବାଲୁକା କଳାରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଏହି ସଚେତନତା ବାର୍ତ୍ତା ନେଇ ବାଲୁକା ଚିତ୍ରକଳା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିର ନୀଳାଦ୍ରି ବେଳାଭୂମୀରେ ଏନେଇ ବାଲୁକା ଚିତ୍ରକଳା କରିଛନ୍ତି । ଏକ ମାଛର ପ୍ରତିକୃତି ବାଲିରେ ନିର୍ମାଣ କରାଯାଇଥିବା ବେଳେ ମାଛ ପେଟରେ ପ୍ଲାଷ୍ଟିକ ବୋତଲ ଥିବା ବାଲୁକା ଚିତ୍ର ରେ ଦର୍ଶାଯାଇଛି । ସମୁଦ୍ର କୂଳରେ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ସମୁଦ୍ର ଜଳକୁ ଚାଲିଯାଉ ଥିବାବେଳେ ଏହା ଜଳଚର ଜୀବମାନଙ୍କ ଜୀବନ ପ୍ରତି ବିପଦ ସାଜୁଛି । ଏଣୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବର୍ଜନ ସହ ସମୁଦ୍ର କୂଳକୁ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତ ରଖିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅପିଲ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details