ଓଡିଶା

odisha

ବରିଷ୍ଠ ମହିଳା ଏକଦିବସୀୟ ଟ୍ରଫି: ଘୋଷଣା ହେଲା ଟିମ୍‌ ଓଡ଼ିଶା, ମାଧୁରୀଙ୍କ ହାତରେ କମାଣ

By ETV Bharat Odisha Team

Published : Dec 18, 2023, 10:04 PM IST

ବରିଷ୍ଠ ମହିଳା ଏକଦିବସୀୟ ଟ୍ରଫି

କଟକ: ସିନିୟର ମହିଳା ଏକଦିବସୀୟ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଦଳ । ୧୬ ଜଣିଆ ମହିଳା ଦଳ ଘୋଷଣା କଲା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ । ମାଧୁରୀ ମେହେଟ୍ଟାଙ୍କ କାନ୍ଧରେ ଅଧିନାୟକ ଭାର ଦେଇଛି ଓସିଏ । ତେବେ ଓଡ଼ିଶାର ସମସ୍ତ ମ୍ୟାଚ୍‌ ପୁଡୁଚେରୀରେ ଖେଳାଯିବ । ୭ଟି ମ୍ୟାଚ୍‌ ଖେଳିବାକୁ ଥିବା ଟିମ୍ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ଆସାମକୁ ଭେଟିବ । ଏହାପରେ ମଣିପୁର, ରେଲୱେ, ତାମିଲନାଡୁ, ସୌରଷ୍ଟ୍ର, ମଧ୍ୟପ୍ରଦେଶ ଓ ଚଣ୍ଡିଗଡକୁ ଭେଟିବ ଓଡ଼ିଶା ମହିଳା ଦଳ ।  

ଏହି ଘରୋଇ ସିଜିନରେ ଓଡ଼ିଶା ମହିଳା ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ । କାରଣ ଦଳରେ ବହୁ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି । ଯେଉଁମାନଙ୍କ ପାଖରେ ଭଲ ଅଭିଜ୍ଞତା ମଧ୍ୟ ରହିଛି । ପୂର୍ବରୁ ଏଭଳି ଦଳ ଗଠନ କରିବା ପାଇଁ ଓସିଏ ବହୁ କସରତ କରିଛି । ସ୍ଵତନ୍ତ୍ର ପ୍ରଶିକ୍ଷଣ ଓ ଅଭ୍ୟାସ ମ୍ୟାଚ୍‌ ଖେଳିଛି ଓଡ଼ିଶା ଦଳ । ତେବେ ଆସନ୍ତା ସିଜିନରେ ଓଡ଼ିଶା ଦଳ ବେଶ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହିଳା ଚୟନ କମିଟି ଅଧ୍ୟକ୍ଷା ରଶ୍ମିତା ମହାନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ନୂଆ ରୂପ ପାଇବ ବାରବାଟୀ ଷ୍ଟାଡିୟମ

ଓଡ଼ିଶା ଦଳ: ମାଧୁରୀ ମେହେଟ୍ଟା (ଅଧିନାୟିକା), ସରିତା ନାୟକ, ପୁନମ ବେହେରା, ସଙ୍ଗୀତା ଖାଡିଆ, ପ୍ରଜ୍ଞା ପରାମିତା ମହାନ୍ତି, ଶିଳ୍ପା ସ୍ଵାଇଁ, ଅଞ୍ଜଳି ସିଂ, ସୁଶ୍ରୀ ଦିବ୍ୟଦର୍ଶିନୀ, ମୋନାଲିସା ରାଉତ, ରୀମା ଲକ୍ଷ୍ମୀ ଏକ୍କା, ସୁଜାତା ମଲ୍ଲିକ, ରାମେଶ୍ଵରୀ ନାୟକ, ରୋସ୍ନରା ପରୱିନ, ଲକ୍ଷ୍ମୀପ୍ରିୟା ନାୟକ ଓ ପ୍ରିୟଙ୍କା ସାହୁ ।

ପ୍ରକାଶଯୋଗ୍ୟ, ଏହି ମହିଳା ଟିମ୍‌ରେ ଷ୍ଟାଣ୍ଡ୍‌ବାଇ ଭାବରେ ୭ ଜଣ ଖେଳାଳୀଙ୍କୁ ସ୍ଥାନ ମିଳିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details