ନୂଆ ରୂପ ପାଇବ ବାରବାଟୀ ଷ୍ଟାଡିୟମ

By ETV Bharat Odisha Team

Published : Dec 17, 2023, 10:25 PM IST

Updated : Dec 17, 2023, 10:31 PM IST

thumbnail

କଟକ: ଓଡିଶା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ ।  ବୈଠକରେ ବିଭିନ୍ନ ଜିଲ୍ଲା, କ୍ଲବ, ସ୍କୁଲ କ୍ଲବର ସଦସ୍ୟ ଯୋଗଦେଇଥିଲେ । ପ୍ରତିବର୍ଷ ଅନୁଷ୍ଠିତ ହେବ କ୍ଲବ ମ୍ୟାଚ ଏନେଇ ନିଷ୍ପତ୍ତି ନିଆଯାଇଛି । ଫଳରେ କ୍ଲବ କ୍ରିକେଟର ବିକାଶ ହେବ । ତାଛଡ଼ା କଟକ ବାରବାଟୀ ଷ୍ଟାଡିୟମର ପୁନଃ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବାରବାଟୀର ନାମ ଓଡ଼ିଶା ଅଲମ୍ପିକ ଆସୋସିଏସନ କିମ୍ବା ଓଡ଼ିଶା କ୍ରିକେଟ ଆସୋସିଏସନ କରାଯିବ । ବାରବାଟୀର ପୁନଃ ନିର୍ମାଣ କରି ଆଗାମୀ 30 ବର୍ଷ ପାଇଁ ତାକୁ ପ୍ରସ୍ତୁତ କରାଯିବ ।  

ଏହା ମଧ୍ୟ ପଡ଼ନ୍ତୁ...ନୂଆ ବର୍ଷ ପୂର୍ବରୁ ଆରମ୍ଭ ହେବ ନୂଆ ବିମାନ ସେବା

ଷ୍ଟାଡିଅମର ପିଚକୁ ଲାଲ ମୂର୍ତ୍ତିକାରେ ପ୍ରସ୍ତୁତ କରାଯାଇଛି । ଏହା ଛଡା 3ଟି ଗ୍ୟାଲେରିକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ପ୍ରତି ଦୁଇ ବର୍ଷରେ ଥରେ ଉଭୟ ଜୁନିୟର ଓ ସିନିୟର ବର୍ଗରେ ଆନ୍ତଃକ୍ଲବ ଅନୁଷ୍ଠିତ ହେବ । ପୂର୍ବରୁ ଏହି କ୍ଲବ ମ୍ୟାଚ ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲା । ତେବେ ଏହା ହେବା ଦ୍ୱାରା କ୍ଲବ କ୍ରିକେଟର ବିକାଶ ମଧ୍ୟ ହୋଇପାରିବ। ଏହାସହ ଆନ୍ତଃଜିଲ୍ଲା ସ୍କୁଲ କ୍ରିକେଟକୁ ମଧ୍ୟ ଫୋକସରେ ରଖିଛି ଓଡିଶା କ୍ରିକେଟ ସଂଘ । ତୃଣମୂଳ ସ୍ତରରୁ ଖେଳାଳି ଚୟନ କରିବା ପାଇଁ ଏହି ଆୟୋଜନ ଓସିଏ ପାଇଁ ମଧ୍ୟ ଏକ ବଡ଼ ଉପଲବ୍ଧି ହେବ। ତାଛଡ଼ା ଓଡ଼ିଶାରେ କ୍ରିକେଟର ବିକାଶ ପାଇଁ ମଧ୍ୟ ଆଲୋଚନା କରାଗଲା । ପରିଷଦ ବୈଠକରେ ଓସିଏ ସମ୍ପାଦକ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଭିନ୍ନ ଜିଲ୍ଲା, କ୍ଲବ, ସ୍କୁଲ କ୍ଲବର ସଦସ୍ୟ ଯୋଗଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Dec 17, 2023, 10:31 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.