କଂଗ୍ରେସ ଆସିଲେ ଖୋର୍ଦ୍ଧାରେ ନିଶା କାରବାର ବନ୍ଦ ହେବ: ସୋନାଲି ସାହୁ - Odisha Assembly Election

By ETV Bharat Odisha Team

Published : May 14, 2024, 11:36 AM IST

thumbnail
କଂଗ୍ରେସ ଆସିଲେ ଖୋର୍ଦ୍ଧାରେ ନିଶା କାରବାର ବନ୍ଦ ହେବ: ସୋନାଲି ସାହୁ (ETV Bharat Odisha)

ଖୋର୍ଦ୍ଧା: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ କିଏ କେତେ ଜନତାଙ୍କ ନିକଟତର ହୋଇପାରିବ ତାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ତରିକା ଆପଣେଇ ଭୋଟ ଭିକ୍ଷା କରୁଛନ୍ତି । ଏହାରି ଭିତରେ କଂଗ୍ରେସ ପ୍ରାର୍ଥୀ ସୋନାଲି ସାହୁ ମଧ୍ୟ ପଛରେ ପଡିନାହାନ୍ତି  । ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସୋନାଲି ଇଟିଭି ଭାରତକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ, ଖୋର୍ଦ୍ଧା ଶେଷ ସ୍ୱାଧୀନ ଦୁର୍ଗ ଏବଂ ସ୍ୱାଭିମାନର ମାଟି । ଏଠାରେ ହାର୍‌ ଜିତ ବଡ଼ କଥା ନୁହେଁ, ମୂଳ କଥା ହେଲା କିଏ ଜନସାଧାରଣଙ୍କ ସହ ଯୋଡି ହୋଇଅଛନ୍ତି । ମୁଁ ଏ ଅଞ୍ଚଳର ଝିଅ ଏବଂ ବୋହୂ । ମୁଁ ସବୁବେଳେ ଏ ଅଞ୍ଚଳବାସୀଙ୍କ ପାଇଁ ସ୍ୱର ଉଠାଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଥିବା ବେଳେ ଉଭୟ ସରକାର ଏହାର ସମାଧାନ କରିବା ଦିଗରେ ବିଫଳ ହୋଇଛନ୍ତି । କେବଳ ନିର୍ବାଚନ ଆସିଲେ ଦୁଇଟି ଯାକ ଦଳ ଟଙ୍କା, ମଦ, ମାଂସ ଦେଇ ଭୋଟରଙ୍କୁ ପ୍ରଲୋଭିତ କରି ଭୋଟ ହାତେଇଥାନ୍ତି । 

ଏହା ମଧ୍ୟ ପଢନ୍ତୁ: ‘ବଲାଙ୍ଗିରରେ ଗୁଣ୍ଡାଗର୍ଦ୍ଦି କରୁଛି କଂଗ୍ରେସ’, ବିଜେଡିର ଅଭିଯୋଗ ପରେ ମୁହାଁମୁହିଁ ଉଭୟ ଦଳ - Bolangir Politics

ଖୋର୍ଦ୍ଧା ସହର ଏବେ ନିଶାଗ୍ରସ୍ତ  । ନିଶା ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । କିନ୍ତୁ ଏସବୁ ଜାଣି ବି ସରକାର ଚୁପ । ବର୍ତ୍ତମାନର ଯୁବପିଢ଼ି ଏତେ ନିଶା ଗସ୍ତ ହୋଇଗଲେଣି ଯେ ଭୋଟ ପ୍ରତିବଦଳରେ ଡ୍ରଗ୍ସ ମାଗୁଛନ୍ତି  । ଏହା ହିଁ ବାସ୍ତବ ସ୍ଥିତି କହି ସମାଲୋଚନା କରିଛନ୍ତି ସୋନାଲି । ସେହିଭଳି ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଜଳସେଚନ ଭଳି ମୌଳିକ ସମସ୍ୟା ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି । ଆମ ସରକାର ଆସିଲେ ଖୋର୍ଦ୍ଧା ପାଇକ ସ୍ମାରକୀକୁ ବାସ୍ତବ ରୂପ ଦେବୁ  । ଖୋର୍ଦ୍ଧାରୁ ନିଶା ବେପାରକୁ ସମ୍ପୂର୍ଣ୍ଣ ବନ୍ଦ କରିବୁ  । ଲୁଟ ହୋଇଥିବା ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ପ୍ରୟାସ କରିବୁ । ସେହିପରି କଂଗ୍ରେସ ଦେଇଥିବା ପାଞ୍ଚ ଗ୍ୟାରେଣ୍ଟିକୁ ଆମେ ପୂରଣ କରିବୁ । ତ୍ୟାଗ ଓ ବଳିଦାନର ଦଳ କଂଗ୍ରେସ ପୁନର୍ବାର ଲୋକଙ୍କ ଆସ୍ଥା ଜିତିବ ଓ ଶାସନକୁ ଫେରିବ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥିନୀ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.