CBSE ଦଶମ ରେଜଲ୍ଟ: ୯୮.୨ ପ୍ରତିଶତ ମାର୍କ ରଖି ପୁରବ ବେହେରା କଳାହାଣ୍ଡି ଟପ୍ପର - CBSE 10th Result out

By ETV Bharat Odisha Team

Published : May 14, 2024, 2:10 PM IST

thumbnail
CBSE 10th Result out (ETV Bharat Odisha)

CBSE 10th Result out: ଭବାନୀପାଟଣା: ପ୍ରକାଶ ପାଇଛି ସିବିଏସସି ଦଶମ ପରୀକ୍ଷା ରେଜଲ୍ଟ । ଏଥିରେ କଳାହାଣ୍ଡି ଟପ୍ପର ହୋଇଛନ୍ତି ଜିଲ୍ଲାର କଲମପୁର ବ୍ଲକ ମଣ୍ଡଳ ଗାଁର ଛାତ୍ର ପୁରବ ବେହେରା । ସେ ୯୮.୨ ପ୍ରତିଶତ ମାର୍କ ରଖି ଏହି ସଫଳତା ଅର୍ଜନ କରିଛନ୍ତି । ତେବେ ଏହି ସଫଳତାକୁ ନେଇ ତାଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି  ।  ସଞ୍ଜୀବ ବେହେରା ଓ ରଶ୍ମିତା ବେହେରାଙ୍କ ପୁଅ ପୁରବ ଜିଲ୍ଲାର ବିକାଶ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । 

ଏହି ସଫଳତାକୁ ନେଇ ପୁରବ ପ୍ରତିକ୍ରିୟା ରଖିଛନ୍ତି  । ସେଦୈନିକ ସେ ୧୦ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିବା କହିଛନ୍ତି   । ତେବେ ଏହି ସଫଳତାର ଶ୍ରେୟ ନିଜ ପରିବାର ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି ପୁରବ  । ଆଉମଧ୍ୟ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି ସେ  । 

ଏହାମଧ୍ୟ ପଢନ୍ତୁ.. ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ, ଆଗରେ ଛାତ୍ରୀ - CBSE Result Out

ଅନ୍ୟପଟେ କଳାହାଣ୍ଡି ଜିଲ୍ଲାର ବିକାଶ ସ୍କୁଲର ଅନେକ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରେ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଉପଲକ୍ଷେ ଆଜି (ମଙ୍ଗଳବାର) ବିକାଶ ଆବାସିକ ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିକାଶ ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡ଼ି ରାମକୁମାର, ଏକାଡେମୀକ ଇନଚାର୍ଜ ଡ଼ି ବିଜୟା, ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଯୁବରାଜ ନାୟକ ଓ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି  ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.