T20 ବିଶ୍ବକପ, ନୂଆ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ମେନ ଇନ ବ୍ଲୁ - T20 World Cup

By ETV Bharat Odisha Team

Published : May 14, 2024, 12:01 PM IST

thumbnail
Team India New Jersey (@BCCI)

ନୂଆଦିଲ୍ଲୀ: ଜୁନ ମାସରୁ ଆରମ୍ଭ ହେବାକୁ ଯାଉଛି T20 ବିଶ୍ବକପ । ନୂଆ ଜର୍ସିରେ ନଜର ଆସିବେ ଟିମ ଇଣ୍ଡିଆ ପ୍ଲେୟାର । ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ମେନ ଇନ ବ୍ଲୁ । ସୋମବାର ଭାରତୀୟ କ୍ରିକେଟ ଦଳର ଟି20 ବିଶ୍ବକପ ପାଇଁ ଜର୍ସି ଉନ୍ନୋଚିତ ହୋଇଯାଇଛି ।  ଅଧିନାୟକ ରୋହିତ ଶର୍ମା ଓ ବିସିସିଆଇ ସମ୍ପାଦକ ଜୟ ଶାହ ଏହାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉନ୍ମୋଚନ କରିଥିଲେ । ଏହି ସମ୍ପର୍କୀତ ଭିଡିଓ ବିସିସିଆଇ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ଆମ ଦଳକୁ ଏବେ ନୂଆ ରଙ୍ଗରେ ସ୍ୱାଗତ କରିବାର ସମୟ ଆସିଛି ବୋଲି କ୍ୟାପସନରେ ଲେଖାଯାଇଛି । ନୂଆ ଜର୍ସିର ରଙ୍ଗ ନୀଳ ଏ କମଳା ରଙ୍ଗର ରହିଛି । ଆସନ୍ତା ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-20 ବିଶ୍ବକପ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.