ଓଡିଶା

odisha

ପାଚେରୀ ଡେଇଁ ଘରେ ପଶିଲା ଭାଲୁପଲ, ସିସିଟିଭିରେ କଏଦ ଦୃଶ୍ୟ

By ETV Bharat Odisha Team

Published : Dec 14, 2023, 10:29 AM IST

Updated : Dec 14, 2023, 10:40 AM IST

bear terror

ମାଲକାନଗିରି :ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ୍ ଭି ୭ ନମ୍ବର ଗ୍ରାମରେ ଭାଲୁ ଆତଙ୍କ।  ମଧ୍ୟ ରାତିରେ ଭାଲୁ ଲୋକଙ୍କ ଘରେ ପଶି ବିଭିନ୍ନ ଆସବାପତ୍ର ନଷ୍ଟ କରୁଥିବା ବେଳେ ଏହାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ସୂଚନା ମୁତାବକ, ଏମଭି ୭ ନମ୍ବର ଗ୍ରାମର ଅରୁଣ ଦେୱନ ନାମକ ବ୍ୟକ୍ତିଙ୍କ ଘର ମୁଖ୍ୟ ଫାଟକ ପାଖ ପାଚେରୀ ଡେଇଁ ୩ଟି ଭାଲୁ ଘରକୁ ପଶିଥିଲେ । ଆଉ ଏହା ଘର ସାମ୍ନାରେ ଥିବା ସିସିଟିଭିରେ ରେକର୍ଡ ହୋଇଛି । ଯାହାକୁ ନେଇ ଏମଭି ୭ ନମ୍ବର ଗାଁ ଓ ଆଖପାଖ ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ତେବେ ନିକଟରେ ଥିବା ଜଙ୍ଗଲ ନଷ୍ଟ ହେବା ପରେ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଥିବା ସାଧାରଣରେ ଚର୍ଚ୍ଚା ହୋଉଛି ।

ଏହା ମଧ୍ୟ ପଢନ୍ତୁ- ରାତି ହେଲେ ଘରେ ପଶୁଛି ଭାଲୁ, ଲୋକେ ଭୟଭୀତ

ଇଟିଭି ଭାରତ, ମାଲକାନଗିରି

Last Updated :Dec 14, 2023, 10:40 AM IST

ABOUT THE AUTHOR

...view details