ରାତି ହେଲେ ଘରେ ପଶୁଛି ଭାଲୁ, ଲୋକେ ଭୟଭୀତ

By ETV Bharat Odisha Team

Published : Dec 4, 2023, 1:16 PM IST

thumbnail


ଭବାନିପାଟଣା: ସଞ୍ଜ ହେଲେ ଭାଲୁ ଆତଙ୍କ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡଘୁମର ଗାଁ ଚାଉଲିଆ ପଡ଼ାରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ସନ୍ଧ୍ୟା ହେଲେ ଭାଲୁ ଗ୍ରାମ ମଧ୍ୟକୁ ଆସୁଥିବା ଦେଖିବାକୁ ମିଳିଛି । ଫଳରେ ଲୋକେ ବାହାରକୁ ବାହାରିବା ମଧ୍ୟ ମୁସ୍କିଲ ହୋଇ ପଡ଼ିଛି । ସନ୍ଧ୍ୟା ହେବା ମାତ୍ରେ ଗାଁଲୋକମାନେ ତାଟି କବାଟ ପକାଇ ଘରେ ବସୁଛନ୍ତି । ବିଳମ୍ବିତ ରାତିରେ ଭାଲୁ ଗାଁରେ ଲୋକଙ୍କ ଘରେ ପଶି ଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ଅଛନ୍ତି ଗାଁ ଲୋକେ । 

ଏହା ମଧ୍ୟ ପଢନ୍ତୁ.. ଅସୁସ୍ଥ ମା’କୁ ଦେଖିବାକୁ ଯାଉଥିଲା ଝିଅ, ଭାଲୁ ଆକ୍ରମଣରେ ଗଲା ଜୀବନ

କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ବନ୍ୟଜନ୍ତୁଙ୍କ ଆତଙ୍କ । ଜଙ୍ଗଲ ଛାଡ଼ି ଏବେ ଗାଁ ମୁଁହା ହେବାରେ ଲାଗିଛନ୍ତି ଜଙ୍ଗଲୀ ଜନ୍ତୁ । ଫଳରେ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବାର ମଧ୍ୟ ନଜିର ରହିଛି ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା କାରଣରୁ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଥିବା କୁହାଯାଉଛି । ତେବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନେକ ଥର ବାଘ ଲୋକମାନଙ୍କ ଘର ଭିତରେ ପଶି ଯାଉଥିବା ବେଳେ ଲୋକମାନେ ବେଶ ଭୟଭୀତ ରହିଛନ୍ତି । ଅନ୍ୟପଟେ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.